ରାଜ୍ୟ

ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କଲେ ଭର୍ତ୍ତୃହରି: ‘ବିଜେଡି ଦୁର୍ଗର ପତନ ସମୟ ଆସିଯାଇଛି’

ଭୁବନେଶ୍ବର: ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଶନିବାର କଟକର ଲୋକସଭା ଆସନରେ ପ୍ରାର୍ଥୀ କରିଛି। ଏହାପରେ ଆଜି ‌େସ ନୂଆଦିଲ୍ଲୀରୁ ଫେରି ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିଛନ୍ତି। କେବେବି ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିନଥିବା ଭର୍ତ୍ତୃହରିଙ୍କୁ ଆଜି ଭୁବନେଶ୍ବର ବିମାନବନ୍ଦରରେ ବିଜେପି ପକ୍ଷରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ସେ ଏକ ବାଇକ୍ ଶୋଭାଯାତ୍ରାରେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ଆଉ ରାଜ୍ୟ ବିଜେପିର ବରିଷ୍ଠ ନେତୃବର୍ଗଙ୍କୁ ଭେଟିଥିଲେ।

ଏହାପରେ ବିଜେପି କାର୍ଯ୍ୟାଳୟରେ ଭର୍ତ୍ତୃହରି କହିଛନ୍ତି ଯେ ବିଜେଡି ଆଉ ରାଜନୈତିକ ଦଳ ହୋଇ ରହିନାହିଁ। ବିଜେଡି ଦୁର୍ଗର ପତନ ସମୟ ଆସିଯାଇଛି। ଓଡ଼ିଶାରେ ପରିବର୍ତ୍ତନର ଆଭାସ ମିଳୁଛି। ଆସନ୍ତା ଜୁନ୍‌ ୪ରେ ଓଡ଼ିଶା ରାଜନୀତିରେ ବିରାଟ ପରିବର୍ତ୍ତନ ଆସିବ। ମୋଦୀ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେବ। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ ହେବ। ‌ଏହାସହ ସେ କହିଛନ୍ତି ଯେ ବିଜେପି ମୋ ପାଇଁ ନୂଆ ନୁହେଁ। ପୂର୍ବରୁ ବିଜେପି-ବିଜେଡି ମେଣ୍ଟ ସମୟରେ ମୁଁ ତିନି ଥର ସାଂସଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଛି। ବିଜେପିରେ କାମ କରିବା ପାଇଁ ବ୍ୟାପକ ସୁଯୋଗ ମିଳିବ। ରାଜ୍ୟ କାର୍ଯ୍ୟାଳୟରେ ମହତାବଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ବରିଷ୍ଠ ନେତା ନୟନ ମହାନ୍ତି, ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ସଞ୍ଜୟ ପାଢ଼ୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଅରିନ୍ଦମ ରାୟ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।