ଖେଳ ରାଜ୍ୟ

ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଦଳ : ଗୁରୁବାର ଓ ଶୁକ୍ରବାର କଳିଙ୍ଗରେ ଭାରତ ସହ ମୁକାବିଲା

ଭୁବନେଶ୍ବର: ଭାରତ ବିପକ୍ଷରେ ଯୁଗଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଖେଳିବା ଲାଗି ଜର୍ମାନୀ ପୁରୁଷ ହକି ଦଳ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛି। ଏହି ଦୁଇଟି ମ୍ୟାଚ୍ ଆସନ୍ତା ଗୁରୁବାର ଓ ଶୁକ୍ରବାର ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବା ନେଇ ଜର୍ମାନୀ ଖେଳାଳିମାନେ ବେଶ୍ ଉତ୍ସାହିତ ଥିବା ମୁଖ୍ୟ ପ୍ରଶିକ୍ଷକ ଆନ୍ଦ୍ରେ ହେନିଂ ଏଠାରେ ପହଞ୍ଚିବା ପରେ କହିଛନ୍ତି। ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା‌ ଜର୍ମାନୀ ସଂପ୍ରତି ୧୭ ପଏଣ୍ଟ୍‌ ସହ ପ୍ରୋ ଲିଗ୍ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାରତ ୨୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି। ଏଣୁ ଆଗାମୀ ଦୁଇ ମୁକାବିଲା ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ହକିପ୍ରେମୀ ଆଶା ରଖିଛନ୍ତି। ‘‘ଭାରତ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ସେମାନଙ୍କୁ ହରାଇବା ଆମ ପାଇଁ ସେତେଟା ସହଜ ହେବନି। ଆମକୁ ଭାରତୀୟ ଦଳକୁ ସମ୍ମାନ ଦେବାକୁ ପଡ଼ିବ।’’ ବୋଲି ହେନିଂ ମତ ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ