ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭୁବନେଶ୍ବରରେ ଖୋଲିବ ‘କଥିତ ଓ ଆଦିବାସୀ ଭାଷା, ସାହିତ୍ୟ କେନ୍ଦ୍ର’: ସଂଗ୍ରହାଳୟ ପରିସରରେ ରହିବ କାର୍ଯ୍ୟାଳୟ

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ଅଧୀନ ‘କଥିତ ଓ ଆଦିବାସୀ ଭାଷାସାହିତ୍ୟ କେନ୍ଦ୍ର’ର ଏକ ଶାଖା ଭୁବନେଶ୍ବରରେ ଖୋଲିବ। ନୂଆଦିଲ୍ଲୀ ପରେ କୌଣସି ରାଜ୍ୟରେ ଏହା ‌ହେବ ପ୍ରଥମ ଶାଖା। ରାଜ୍ୟ ସରକାର ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ସଂସ୍କୃତି ବିଭାଗର ପୁରାତନ ନିର୍ଦ୍ଦେଶାଳୟ କୋଠାରେ ବିନା ଦେୟରେ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଏ ସଂକ୍ରାନ୍ତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ଏହା ପରେ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା‌ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅନୁମତି ସମ୍ପର୍କରେ ବିଭାଗ ପକ୍ଷରୁ ଅକାଦେମିକୁ ଜଣାଇ ଦିଆଯାଇଛି। ଖୁବ୍ ଶୀଘ୍ର କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହି କେନ୍ଦ୍ର ସ୍ଥାପନ ହେଲେ ଦେଶର ପୂର୍ବାଞ୍ଚଳ ଏବଂ ଉତ୍ତର-ପୂର୍ବାଞ୍ଚଳର କଥିତ ଓ ଆଦିବାସୀ ଭାଷାର ବିକାଶ, ପ୍ରଚାରପ୍ରସାର ଓ ଗବେଷଣା ପାଇଁ ଅଧିକ ସୁବିଧା ହେବ।

ଓଡ଼ିଶାରେ ବହୁ ସଂଖ୍ୟାରେ କଥିତ ଭାଷା ରହିଥିବା ବେଳେ ୬୨ ପ୍ରଜାତିର ଆଦିବାସୀ ଅଧିବାସୀ ବସବାସ କରନ୍ତି। ସେମାନଙ୍କର ଭାଷା ଅଲଗା ଅଲଗା ହୋଇଥିବା ‌ବେଳେ ଓଡ଼ିଶାର ଆଦିବାସୀ ଓ ସେମାନଙ୍କ ଭାଷା, ସାହିତ୍ୟ ପାଇଁ ଏହି କେନ୍ଦ୍ର ବେଶ୍‌ ଉପଯୋଗୀ ହେବ। ଏଥିସହ ଉତ୍ତର-ପୂର୍ବାଞ୍ଚଳର ୭ଟି ରାଜ୍ୟର ଲୋକଙ୍କୁ ଆଉ ଦିଲ୍ଲୀ ଦୌଡ଼ିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ଏହି ଶାଖା ହେଲେ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକର ଭାଷା, ସାହିତ୍ୟ ଗବେଷକ ଓ ଛାତ୍ରଛାତ୍ରୀ ଉପକୃତ ହେବ। ଏହି କେନ୍ଦ୍ର ନିମ‌ନ୍ତେ ଓଡ଼ିଶା ସଂସ୍କୃତି ବିଭାଗ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦେଇଥିବା ବେଳେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ କର୍ମଚାରୀଙ୍କଠାରୁ ଆରମ୍ଭ କରି ଗବେଷଣା ଓ ପ୍ରଚାରପ୍ରସାର ନିମନ୍ତେ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି