ସମ୍ବଲପୁର ୨୫।୦୭ : ଭୀମସାରେ ଡାକ୍ତରଙ୍କୁ ଆକ୍ରମଣ । ରୋଗୀଙ୍କ ସଂପର୍କୀୟ କରିଛନ୍ତି ଆକ୍ରମଣ । ଯାହାଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରବିବାର ସମ୍ବଲପୁରର ଜଣେ ଗୁରୁତରଙ୍କୁ ବୁର୍ଲା ଭୀମସାର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ତେବେ ରୋଗୀଙ୍କ କ୍ଷତ ହୋଇଥିବାବେଲେ ସର୍ଜରୀ ଡାକ୍ତର ଚିକିତ୍ସା କରୁଥିଲେ । ଫଳରେ କ୍ଷତସ୍ଥାନରୁ ରକ୍ତସ୍ରାବକୁ ସହିନପାରି ରୋଗୀ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ଖବର ପାଇ ଡାକ୍ତରୀଛାତ୍ର କାଜୁଆଲଟି ସାମ୍ନାରେ ପହଂଚିବା ପରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଦୋଷୀ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଦାବି କରି କାଜୁଆଲଟି ସାମ୍ନାରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହଥିଲା । ପରେ ସୁପରିଟେଣ୍ଡଣ୍ଟ ଘଟଣାସ୍ଥଳକୁ ପହଂଚି ଡାକ୍ତରୀ ଛାତ୍ରଙ୍କ ସହ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତେବେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ରତିଶୃତି ଦେବା ପରେ ଉତ୍ତେଜନାମୂଳକ ପରିସ୍ଥିତି ବନ୍ଦ ହୋଇଥିଲା ।