ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା: ନ୍ୟାୟ ମିଳିବା ଭଳି ଲାଗୁନାହିଁ: ମା

 

ସମ୍ବଲପୁର/ବୁର୍ଲା : ପୁଲିସ ତଦନ୍ତ ଉପରେ ବିଶ୍ବାସ ଲାଗୁନି। ପୁଲିସର ତଦନ୍ତ ଏକପାଖିଆ ଲାଗୁଛି। ଦୋଷୀକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବାଟ ଖୋଲାଯାଉଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୃତ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ବାପା ଡା. ବନମାଳି ସାହୁ ଏଭଳି ଅଭିଯୋଗ ଆଣିଛନ୍ତି। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ ମଧ୍ୟ ନ୍ୟାୟ ମିଳିବା ଭଳି ଲାଗୁନାହିଁ ବୋଲି କହିଛନ୍ତି।

ବୁର୍ଲା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଚିନ୍ମୟୀଙ୍କ ମା’, ବାପା, ଭଉଣୀ ଓ କାକଙ୍କୁ ରବିବାର ପଚରାଉଚରା କରାଯାଇଥିଲା। ସେଠାରୁ ଫେରିବା ପରେ ଚିନ୍ମୟୀଙ୍କ ବାପା ଓ ମା’ ଗଣମାଧ୍ୟମକୁ ନ୍ୟାୟ ମିଳିବା ଭଳି ଲାଗୁ ନଥିବା କହିଛନ୍ତି। ଚିନ୍ମୟୀଙ୍କ ମା’ଙ୍କ କହିବା ଅନୁଯାୟୀ, ପୁଲିସ ପଚରାଉଚରା କରିବା ସହ କିଛି ଭିଡିଓ ଦେଖାଇଥିଲା। ଢାବାରେ ଚିନ୍ମୟୀ ଓ ତାଙ୍କର ୩ ଜଣ ସାଙ୍ଗ ଖାଉଥିବା ପୁଲିସ ସେମାନଙ୍କୁ ଦେଖାଇଥିଲା। ତା ସହିତ ଆଉ କିଛି ଭିଡିଓ ମଧ୍ୟ ଦେଖାଇଥିଲା।
ଗୋଟିଏ ପଟେ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଡକାଯାଇ, ସେମାନଙ୍କ ପାଖରେ ସେଭଳି କିଛି ତଥ୍ୟ, ପ୍ରମାଣ ଅଛି କି, ଯାହା ତଦନ୍ତ ବେଳେ ସାହାଯ୍ୟ କରିବ ବୋଲି ପଚରା ଯାଇଥିବା ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ।

ଶନିବାର ବୁର୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଚିନ୍ମୟୀଙ୍କ ବଲାଙ୍ଗୀରସ୍ଥିତ ଘରକୁ ଯାଇ ତାଙ୍କ ବାପା, ମା ଓ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ତେବେ ହଠାତ୍‌ ପୁଣି କଣ ଏଭଳି ଆବଶ୍ୟକ ପଡ଼ିଲା ଯେ ସେମାନଙ୍କୁ ରବିବାର ହୀରକୁଦସ୍ଥିତ ବୁର୍ଲା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଡକାଗଲା। ସେଠାରୁ ଫେରିବା ପରେ ତଦନ୍ତ ଏକପାଖିଆ କରାଯାଉଥିବା ଅନୁଭବ ହେଉଥିବା ଚିନ୍ମୟୀଙ୍କ ବାପା ପ୍ରତିକ୍ରିୟା ଦେଇ କହିଥିଲେ।

ଚିନ୍ମୟୀଙ୍କ ପରିବାର ଆରମ୍ଭରୁ ପୁଲିସ ସହଯୋଗ କରୁଥିବା କହୁଥିବା ବେଳେ ଏଭଳି କଣ ହେଇଗଲା ଯେ ସେମାନେ ଭିନ୍ନ ବୟାନ ଦେଉଛନ୍ତି। ପ୍ରୀତିମାନଙ୍କ ବାପା ଗୃହ ବିଭାଗର ବଡ଼ ଅଧିକାରୀ ହୋଇଥିବା ବେଳେ ବୁର୍ଲା ଥାନାରେ ଏକାଧିକ ଦିନ ଧରି ଡେରା ପକାଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ବି ଉଠିଥିଲା। ପୁଣି ସମ୍ବଲପୁର ପୁଲିସ ବିନା ଗିରଫରେ ପ୍ରୀତିମାନ ଓ ମାନସ ଟୁଡୁଙ୍କ ମିଛଧରା ପରୀକ୍ଷା କରିସାରିଛି। ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ ହତ୍ୟା କରାଯାଇଛି ଅବା ତାହା ‌ଏକ ଦୁର୍ଘଟଣା ଥିଲା ତାହା ୭ ଦିନ ପରେ ବି ରହସ୍ୟ ହୋଇ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।