ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସମ୍ବଲପୁର/ବୁର୍ଲା : ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏପଟେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ୍ (ମିଛଧରା ପରୀକ୍ଷା) କରାଯାଇଥିବା ବେଳେ ଅନ୍ୟପଟେ ଆଜି ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି। ଏପରିସ୍ଥଳେ ଆସନ୍ତାକାଲି ଲାଲ୍ ଡିଟେକ୍ସନ୍ ପରୀକ୍ଷାର ରିପୋର୍ଟ ଆସିବ। ଏହି ରିପୋର୍ଟ ଆସିବା ପରେ ତର୍ଜମା କରାଯିବ। ଦରକାର ପଡ଼ିଲେ ସେମାନଙ୍କ ନାର୍କୋ ଆନାଲିସିସ୍ କରାଯିବ ବୋଲି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିତମାମ ପୁଲିସ ବିଭିନ୍ନ ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହିତ ୧୬୧ ସିଆର୍ପିସିରେ ବୟାନ ରେକର୍ଡ କରିଥିଲା। ଭିସୁଟ୍ର କିଛି ଛାତ୍ରଙ୍କୁ ମିଶାଇ ମୋଟ୍ ଉପରେ ୩୧ ଜଣଙ୍କୁ ପଚରାଉଚରା କରିଥିଲେ। ରବିବାର ଦିନ ଚିନ୍ମୟୀଙ୍କ ମା’, ବାପା, ଭଉଣୀ ଓ କାକାଙ୍କୁ ପଚରାଉଚରା କରିଥିଲା ପୁଲିସ। ଏହିସମୟରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ସମ୍ବଲପୁର ଏସ୍ପି ବି. ଗଙ୍ଗାଧର, ବୁର୍ଲା ଏସ୍ଡିପିଓ ସତ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଏସ୍ପିଙ୍କ କହିବା ଅନୁଯାୟୀ, ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଡକାଯାଇ ସେମାନଙ୍କ ପାଖରେ ସେଭଳି କିଛି ତଥ୍ୟ, ପ୍ରମାଣ ଅଛି କି, ଯାହା ତଦନ୍ତ ବେଳେ ସହଯୋଗ କରିବ ବୋଲି ପଚରାଯାଇଥିଲା। ଏଥିସହିତ, ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ମଧ୍ୟ ଜବତ କରି ଯାଞ୍ଚ କରାଯାଉଛି। ମିଛଧରା ପରୀକ୍ଷା ରିପୋର୍ଟ ଆସିବା ପରେ ତର୍ଜମା କରାଯିବ। ଏସ୍ପି ଆହୁରି ମଧ୍ୟ କହିଥିଲେ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ହେଲେ, ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାକୁ ନେଇ ତଦନ୍ତ ଚାଲୁରହିଛି। ଦରକାର ପଡ଼ିଲେ ନାର୍କୋ ଆନାଲିସିସ୍ କରାଯିବ ବୋଲି ସେ କହିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l