ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’

ସମ୍ବଲପୁର,୦୭/୦୩: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ମାସରେ ଏକାଥରକେ ୪୦ରୁ ଅଧିକ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ଘଟଣା ପରେ ଖୋଦ୍‌ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ ଉକ୍ତ କିଟ୍‌ଗୁଡ଼ିକୁ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଭୁଲ ରିପୋର୍ଟ ବାହାରିଥିବା କହିଥିଲେ । ମାତ୍ର ଯେଉଁ ୨ଟି ବ୍ୟାଚ୍‌ର ଆଣ୍ଟିଜେନ୍‌ କିଟ୍‌ ତ୍ରୁଟିପୂର୍ଣ୍ଣ ଥିବା ନେଇ କୁହାଯାଇଥିଲା, ପ୍ରକୃତରେ ସେଗୁଡ଼ିକ ଠିକ୍‌ ଥିଲା ବୋଲି କିଟ୍‌ ଯୋଗାଣକାରୀ କମ୍ପାନି ନୂଆଦିଲ୍ଲୀର ଓସ୍‌କାର ମେଡିସିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦାବି କରିଛି ।

କମ୍ପାନିର ଡେମୋ ଟେଷ୍ଟ ରିପୋର୍ଟକୁ ଖୋଦ୍‌ ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ୍‌) ଭିମ୍‌ସାର ଅଧୀକ୍ଷକଙ୍କୁ ପଠାଇବା ପରେ ଘଟଣା ପଦାକୁ ଆସିଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ଔଷଧ ନିଗମ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଦେଇଥିବା ପ୍ରତିକ୍ରିୟାକୁ କାଉଣ୍ଟର କରିବା ସଦୃଶ ବୋଲି ମତପ୍ରକାଶ ପାଇଛି ।

ଗତ ମାସରେ ଭିସୁଟ୍‌ର ୪୦ରୁ ଅଧିକ ଛାତ୍ର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗତ ୨ ତାରିଖରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କିଟ୍‌ ଭୁଲ ଥିବା ଦର୍ଶାଇଥିଲେ । ଆର୍‌ଟିପିସିଆର୍‌ ପରୀକ୍ଷା ରିପୋର୍ଟରୁ ଉକ୍ତ ଘଟଣା ଜଣାପଡ଼ିଥିବା ଶ୍ରୀ ମହାପାତ୍ର କହିଥିଲେ । ସେହିଦିନ ହିଁ ଭିମ୍‌ସାର କର୍ତ୍ତୃପକ୍ଷ ଚିଠି ସଂଖ୍ୟା ୨୭୯୧/ତାରିଖ ୨/୩/୨୦୨୧ରେ ରାଜ୍ୟ ସରକାରଙ୍କ ଔଷଧ ନିଗମକୁ ଚିଠି ଲେଖି ସିଏଜି ଡି୦୦୮ ଓ ଡି୦୧୪ ବ୍ୟାଚ୍‌ର କିଟ୍‌ ଭୁଲ ଥିବା କହିଥିଲେ । ତେଣୁ ଉକ୍ତ କିଟ୍‌ଗୁଡ଼ିକ ଫେରସ୍ତ ନେବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ନିଗମକୁ ଚିଠିରେ ଲେଖିଥିଲେ । ଏହାର ଜବାବରେ ଶୁକ୍ରବାର ଅର୍ଥାତ୍‌ ୫ ତାରିଖରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଆଇସିଏମ୍‌ଆର୍‌ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶାଖାରେ ପରୀକ୍ଷା ହୋଇଥିବା ଉକ୍ତ ବ୍ୟାଚ୍‌ଗୁଡ଼ିକର ଆଣ୍ଟିଜେନ୍‌ ଓ ଆର୍‌ଟିପିସିଆର୍‌ ରିପୋର୍ଟ ପ୍ରଦାନ କରିଛି । ଏହାସହିତ କିଟ୍‌ ଯୋଗାଣକାରୀ ସଂସ୍ଥା ମେସର୍ସ ଓସ୍କାର ମେଡିକେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭିମ୍‌ସାର କୋଭିଡ୍‌ ନୋଡାଲ ଅଧିକାରୀ ଡା. ସୁଦର୍ଶନ ପୋଥାଳଙ୍କ ଉପସ୍ଥିତିରେ ହୋଇଥିବା ଲାଇଭ୍‌ ଡେମୋର ଏକ ରିପୋର୍ଟ ମଧ୍ୟ ପ୍ରଦାନ କରିଛି ।

ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ମୋଟ ୬୦ଜଣଙ୍କଠାରୁ ସ୍ୱାବ୍‌ ନମୁନା ସଂଗ୍ରହ କରାଯିବା ପରେ ଭୁବନେଶ୍ୱରସ୍ଥିତ ଆର୍‌ସିଏମ୍‌ଆର୍‌ଠାରେ ଗତ ୪ ଓ ୫ ତାରିଖରେ ଏଗୁଡ଼ିକର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଓସ୍କାର୍‌ କମ୍ପାନିର ୪୫ଟି ଓ ଅଲ୍‌ପାଇନ୍‌ କମ୍ପାନିର ୧୫ଟି କିଟ୍‌ ବ୍ୟବହାର ହୋଇଥିଲା । ଉଭୟ କମ୍ପାନିର କିଟ୍‌ରେ ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ରହିଥିବା ବେଳେ ରୋଚେ କୋବାସ୍‌ ୬୮୦୦ରେ ନେଗେଟିଭ୍‌ ଓ ଆର୍‌ଟିପିସିଆର୍‌ରେ ମଧ୍ୟ ନେଗେଟିଭ୍‌ ରହିଥିବା ଦର୍ଶାଯାଇଛି । ତେଣୁ ଭିମ୍‌ସାର କୋଭିଡ୍‌ ଲ୍ୟାବ୍‌ରେ ଯେଉଁ ୨ଟି ବ୍ୟାଚ୍‌ର କିଟ୍‌ ତ୍ରୁଟିପୂର୍ଣ୍ଣ ରହିଥିବା ନେଇ କୁହାଯାଇଥିଲା ସେଗୁଡ଼ିକ ପ୍ରକୃତରେ ତ୍ରୁଟିପୂର୍ଣ୍ଣ ନଥିବା ରିପୋର୍ଟରେ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ପରୀକ୍ଷା ସମୟରେ ଏହି କିଟ୍‌ଗୁଡ଼ିକରେ କୌଣସି ଭୁଲ ରଙ୍ଗ ମଧ୍ୟ ଆସିନଥିବା ରିପୋର୍ଟରେ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ