ରାଜ୍ୟ

ଭିନ୍ନ ଶୈଳୀରେ ସମାଜ ସେବା: ଲୋକଙ୍କ ସମସ୍ୟାର ସମାଧାନ କରାଉଛନ୍ତି ଆମନ

ଘୁ. ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ସମସ୍ୟା ଅନେକ ସାମୁହିକ ହେଉ କି ବ୍ୟକ୍ତିଗତ ଖବର କାଗଜରେ କୌଣସି ଖବର ପ୍ରକାଶ ହେଲେ କିମ୍ବା କୌଣସି ସୂତ୍ରରୁ ଖବର ପାଇଲେ ସଙ୍ଗେ ସଙ୍ଗେ ସମାଧାନ ନିମନ୍ତେ ପ୍ରୟାସ କରିବା ସହ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଲିଖିତ ଅଭିଯୋଗ, ଇମେଲ ହେଉ କି ସାମାଜିକ ଗଣମାଧ୍ୟମ (ଏକ୍ସ)ରେ ସମସ୍ୟାର ସମାଧାନ ପାଇଁ ସବୁବେଳେ ଚେଷ୍ଟିତ ରହି ଏକ ପ୍ରକାର ନିଆରା ସମାଜ ସେବାରେ ବ୍ରତୀ ହୋଇ ଏହି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଆମନ୍ ଚନ୍ଦ୍ର ନାୟକ। ସେ ବୌଷୟିକ ଶିକ୍ଷାରେ ଡିଗ୍ରି ହାସଲ କରିବା ସହିତ ମାନବ ସମ୍ବଳ ପରିଚାଳନାରେ ଏମ୍‌ବିଏ କରିଛନ୍ତି।

କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିବା ନିହାତି ଆବଶ୍ୟକ ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଏକ୍ସ, ଅନ୍‌ଲାଇନ୍‌ରେ ଅଭିଯୋଗ, ଇ-ମେଲ୍‌ ଏବଂ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୋ ସରକାର ୫-ଟି, ଜିଲ୍ଲାପାଳ ଏବଂ  ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ସହିତ ସମସ୍ୟାର ସମାଧାନ ହେଲାପରେ ଧନ୍ୟବାଦ ସହ କୃତଜ୍ଞତା ଜଣାନ୍ତି।

ଆମନ୍‌ ନାୟକ ଆଜି ପର୍ଯ୍ୟନ୍ତ ଏକ ବର୍ଷ ମଧ୍ୟରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଟୁଇଟ୍ କରି ଅନେକ ସମସ୍ୟାର ସମାଧାନ କରାଇପାରିଛନ୍ତି। ଅନଲାଇନ୍ ଅଭିଯୋଗ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୨୯ଟି ସମାଧାନ ହୋଇସାରିଛି। ଇ-ମେଲ୍ ମଧ୍ୟ ୩୦ରୁ ଊର୍ଦ୍ଧ୍ବ କରିଛନ୍ତି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଏକ୍ସ କରି ଶାସନ ମୁଖ୍ୟଙ୍କୁ ଅବଗତ କରେଇ ବା ସହ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିବା ସହ ଉକ୍ତ ବିଷୟ ସମାଧାନ ନିମନ୍ତେ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଅବଗତ କରେଇ କାର୍ଯ୍ୟ ହାସଲ ପର୍ଯ୍ୟନ୍ତ ନିଜ ଚେଷ୍ଟା ଜାରି ରଖିଥାନ୍ତି।

ବୈଷୟିକ ଶିକ୍ଷା ଗ୍ରହଣ କରିବା ପରେ ମଧ୍ୟ ଚାକିରି ପଛରେ ନ ଗୋଡେଇ ନିଜ ଅଂଚଳରେ ରହି ନିଜ ଅଞ୍ଚଳର ଏବଂ ଅଞ୍ଚଳବାସୀଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ଏହିଭଳି ଏକ ଭିନ୍ନ ପ୍ରୟାସ ଜାରି ରଖିଥିବା କହିଛନ୍ତି ଆମନ। ରାତି ପାହିଲେ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ନିଜ ଅଞ୍ଚଳରେ ବୁଲି ଅଞ୍ଚଳର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ତାର ସାମଧାନର ବାଟ ବାହାର କରିବା ତାଙ୍କ ନିତିଦିନିଆ କାର୍ଯ୍ୟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।