ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଭିନ୍ନ ଭିନ୍ନ ଚରିତ୍ରରେ ଆସୁଛନ୍ତି ଶିବାନୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଶିବାନୀ ଖୁବ୍ ଉତ୍ସାହିତ ଅଛନ୍ତି। କାରଣ ଶିବାନୀଙ୍କର ଦୁଇଟି ନୂଆ ସିନେମା ରିଲିଜ୍ ହେଉଥିବାର ଖବର ମିଳିଛି। ଏଦୁଇଟି ସିନେମା ହେଲା ‘ବିଦ୍ୟାରାଣ’ ଏବଂ ‘ଦିଲ୍ ମୋର ମାନେନା’। ଏଥିମଧ୍ୟରୁ ଗୋଟିକରେ ଆକସନ୍ ଓ ଆରଟିରେ ରୋମାଣ୍ଟିକ୍ ରୋଲରେ ନଜର ଆସିବେ। ଏହାଛଡ଼ା ଶିଶୁ କଳାକାରରୁ ନାୟିକା ବନିଥିବା ଶିବାନୀ ନୂଆ ସିନେମାରେ ବି କାମ କରିବାର ଆଶା ବାନ୍ଧିଛନ୍ତି।

‘ବିଦ୍ୟାରାଣ’ରେ ଦ୍ବିତୀୟ ଥର ଲାଗି ପରଦାକୁ ଆସୁଛନ୍ତି ବାବୁସାନ୍-ଶିବାନୀ। ଏଥିରେ ବାବୁସାନ୍-ଶିବାନୀଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଜ୍ୟୋତି ଦାସ ଏହି ସିନେମାର ନିର୍ଦ୍ଦେଶକ। ଆଗରୁ ସେ ‘ତୋ’ ବିନା ଭଲ ଲାଗେନା’, ‘ଶୁଭବିବାହ’, ‘ଗୁଡ ବୟ’ ଏବଂ ‘ଇଶ୍କ ପୁଣି ଥରେ’ ଆଦି ସିନେମାର ନିର୍ଦେଶନା ଦେଇଛନ୍ତି। ‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି।

ଅପରପକ୍ଷରେ ‘ଦିଲ୍ ମୋର ମାନେନା’ ଏକ ରୋମାଣ୍ଟିକ୍ ଫିଲ୍ମ। ଏଥିରେ ଶିବାନୀଙ୍କ ନାୟକ ହେଲେ ସ୍ୱରାଜ। ଏଥିରେ ଶ୍ରୀଧର ମାର୍ଥା ବି ଅଛନ୍ତି। ହିମାଂଶୁ ପରିଜା ଏହି ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଦୁଇଟି ଛବି ଗତ ବର୍ଷ ମୁକ୍ତିଲାଭ କରିବାର ଥିଲା, ହେଲେ କରୋନା କଟକଣା କାରଣରୁ ତାହା ସମ୍ଭବ ହୋଇପାରି ନଥିଲା। ଏହି ଦୁଇ ସିନେମା ଶିବାନୀଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେବ ବୋଲି କୁହାଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ