ଅପରାଧ ଦେଶ ବିଦେଶ

ଭିନ୍ନକ୍ଷମ ଶିଶୁକୁ ଦୁର୍ବ୍ୟବହାର ଘଟଣା; ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା ଡିଜିସିଏ

ନୂଆଦିଲ୍ଲୀ: ଝାରଖଣ୍ଡ ରାଞ୍ଚି ବିମାନବନ୍ଦରରେ ଭିନ୍ନକ୍ଷମ ଶିଶୁ ଓ ପରିବାରକୁ ଦୁର୍ବ୍ୟବହାର ଅଭିଯୋଗରେ ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା ବେସାମରିକ ବିମାନ ଚଳାଚଳ ବିଭାଗ ବା ଡିଜିସିଏ।

ଏନେଇ ଡିଜିସିଏ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ତଦନ୍ତ ପରେ ଜଣାପଡ଼ିଥିଲା ଯେ ଇଣ୍ଡିଗୋର ଗ୍ରାଉଣ୍ଡ ଷ୍ଠାଫ୍ ପିଲାକୁ ଖରାପ ବ୍ୟବହାର କରିଥିଲେ। ହେଲେ ପରେ ମାମଲାକୁ ବଢ଼ାଇ ଦିଆଯାଇଥିଲା।“

ଭିନ୍ନକ୍ଷମଙ୍କ କ୍ଷେତ୍ରରେ ତାଙ୍କୁ ଟିକେ ଅଧିକ ବୁଝାଇବାକୁ ପଡ଼ିଥାଏ। କିନ୍ତୁ ଏୟାରଲାଇନ୍ କର୍ମଚାରୀ ଏହା କରିବାରେ ବିଫଳ ହୋଇଥିଲେ। ନିୟମ ମାନି ନଥିଲେ। ଏହାକୁ ନଜରରେ ରଖି ଏୟାରକ୍ରାଫ୍ଟ ରୁଲ୍ ଅନୁସାରେ, ବିଭାଗୀୟ ସଂସ୍ଥା ଡିଜିସିଏ ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଜୋରିମାନ ଲଗାଇବାକୁ ନିଷ୍ପତ୍ତି ନେଇଛି ବୋଲି ବିବୃତ୍ତିରେ କୁହାଯାଇଛି।

ଏହି ଖବର ବି ପଢ଼ନ୍ତୁ- ଭାରତୀୟ ବିମାନସେବାରେ ଖୁସି ନାହାନ୍ତି ଯାତ୍ରୀ; ବିମାନ ଉଡ଼ାଣ ବିଳମ୍ବ ନେଇ ସର୍ବାଧିକ ଅଭିଯୋଗ, କର୍ମଚାରୀ କରୁଛନ୍ତି ଦୁର୍ବ୍ୟବହାର
ଘଟଣାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିଜିସିଏ ତଦନ୍ତ କରି ମେ ୧୬ ତାରିଖରେ ଇଣ୍ଡିଗୋକୁ ଦୋଷୀ ଦର୍ଶାଇବା ସହ ନୋଟିସ କରିଥିଲା। ଇଣ୍ଡିଗୋ କର୍ମଚାରୀମାନେ ଭିନ୍ନକ୍ଷମ ପିଲାଙ୍କୁ ଠିକ୍‌ ଭାବରେ ବ୍ୟବହାର କରି ନାହାନ୍ତି। ତେଣୁ ବିମାନ ସଂସ୍ଥା ବିରୋଧରେ କାହିଁକି ଭେଦଭାବ ଅଭିଯୋଗରେ ନୋଟିସ ପଠାଯିବ ନାହିଁ ବୋଲି କହି ନୋଟିସ୍ ଜାରି କରିବା ହସ ୧୦ ଦିନ ଭିତରେ ନୋଟିସ ରଖିବାକୁ କହିଥିଲା। ଆଜି ବିଭାଗ କମ୍ପାନୀ ଉପରେ ୫ ଲକ୍ଷ ଫାଇନ ଲଗାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ