ଦେଶ ବିଦେଶ

ଭିନେଶଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ହରିଆଣା ସରକାର

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ନେଇ ହରିଆଣା ସରକାରଙ୍କ ବଡ଼ ଘୋଷଣା। ଭିନେଶଙ୍କୁ ପଦକ ବିଜେତାର ସମସ୍ତ ସମ୍ମାନ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ। ଭିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସରକାର ଭିନେଶଙ୍କୁ ସମ୍ମାନୀତ କରିବେ ବୋଲି ଘୋଷଣା କରିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତି ଜଗତରୁ ସବୁଦିନ ପାଇଁ ଭିନେଶ ବିଦାୟ ନେଇଛନ୍ତି।

ଗତକାଲିର ଘଟଣା ପରେ ଭିନେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହସ। ମୋତେ କ୍ଷମା କରିବେ, ଆପଣଙ୍କର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ