ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିତର କାଠରେ ରକ୍ତ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ପୁଣି ହେଲା ବଡ଼ସିଂହାର ବେଶ

ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଶ୍ରୀମନ୍ଦିର ଭିତର କାଠରେ ରକ୍ତ ପଡ଼ିଥିବା ଜଣାପଡ଼ିବା ପରେ ଶୁକ୍ରବାର ଦିନ ଏହି ମହାସ୍ନାନ କରାଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କୁ ପୁଣି ଥରେ ବଡ଼ସିଂହାର ବେଶ ହେବାକୁ ପଡ଼ିଛି। ଏଥିପାଇଁ ନୀତିକାନ୍ତି ବିଳମ୍ବ ହୋଇଛି।

ଶ୍ରୀମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ୧୦ଟା ୨୫ରେ ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ବଡ଼ସିଂହାର ବେଶ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଭିତର କାଠରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡ଼ିବା ପରେ ବଡ଼ ମହାସ୍ନାନ କରାଯାଇ ପୁଣିଥରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ କରାଯାଇଥିଲା। ପରେ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହୋଇ ରାତ୍ର ପହୁଡ଼ ହୋଇଥିଲା। ଏଥିପାଇଁ ଅଧାରୁ ଭକ୍ତଙ୍କ ଦର୍ଶନ ବି ବନ୍ଦ ରଖାଯାଇଥିଲା। ଅନ୍ୟପଟେ ଭିତର କାଠରେ ରକ୍ତକୁ ନେଇ ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ କରିଛନ୍ତି, ଚନ୍ଦନଲାଗି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଭିତର କାଠ ପର୍ଯ୍ୟନ୍ତ ଛଡ଼ାଯାଇଥିଲା। ପରେ ବାହାର କାଠରୁ ଭକ୍ତ ଦର୍ଶନ କରିଥିଲେ। ଇତିମଧ୍ୟରେ ବଡ଼ସିଂହାର ବେଶ ହୋଇ ଭୋଗ ପ୍ରସ୍ତୁତି ଚାଲିଥିଲା। ଏତିକି ବେଳେ ଭିତର କାଠ ପ୍ରବେଶ ଦ୍ୱାରରେ ରକ୍ତ ଦେଖିବାକୁ ମିଳିଥିଲା। ସେତେବେଳକୁ ୪୫ ମିନିଟ ଅତିବାହିତ ହୋଇଯାଇଥିଲା। ଏତେ ସମୟ ଭିତରେ ଜେଟିପି, ଚର୍ଚ୍ଚା, ସେବାୟତ ରକ୍ତ ପଡିଥିବା ଜାଣିପାରିଲେନି। ଜେଟିପି, ଚର୍ଚା, ସେବାୟତଙ୍କ ଭୁଲ ପାଇଁ ଆଜି ବଡ଼ସିଂହାର ବେଶ ପାଇଁ ଫୁଲ ଅଭାବ ଭଳି ପରିସ୍ଥିତି ଉପୁଜିଛି ବୋଲି ଭକ୍ତମାନେ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ