ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଣୋଇ ଓ ସୁରକ୍ଷାକର୍ମୀଙ୍କୁ ବନ୍ଧୁକରେ ବନ୍ଧକ: ଆପାର୍ଟମେଣ୍ଟରୁ କାର୍‌ ଲୁଟି ବନ୍ଧାହେଲା ଶଳା

ପୁରୁଣା ଭୁବନେଶ୍ୱର: ଭିଣୋଇ ଓ ସୁରକ୍ଷାକର୍ମୀଙ୍କୁ ଖେଳଣା ବନ୍ଧୁକ ମୁନରେ ବନ୍ଧକ ରଖି ଆପାର୍ଟମେଣ୍ଟରୁ କାର୍‌ ନେଇଯିବା ଅଭିଯୋଗରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ଶଳାକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଧୀନ ବାସୁଦେବନଗରର ରୁଦ୍ର ପ୍ରସାଦ ମହାନ୍ତି(୩୨)। ଏୟାର୍‌ଫିଲ୍‌ଡ ଥାନା ପୁଲିସ ଗୋଡ଼ାଇ ଗୋଡ଼ାଇ ପିପିଲିଠାରେ ରୁଦ୍ରକୁ ଅଟକାଇ ତାକୁ ଗିରଫ କରିଥିଲା ଏବଂ କାର୍‌କୁ ଜବତ କରିଥିଲା। ଗୋଟିଏ ଖେଳଣା ବନ୍ଧୁକରେ ପୂରା ଆପାର୍ଟମେଣ୍ଟକୁ ଥରହର କରିଥିବା ଜଣେ ଯୁବକର ଗତକାଲିର ଏହି କାଣ୍ଡ ଦିନ ତମାମ୍‌ ସୁନ୍ଦରପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂଚନା ଅନୁଯାୟୀ ସୁନ୍ଦରପଦା-ଜଟଣୀ ରାସ୍ତାରେ ରହିଛି ଆପାର୍ଟମେଣ୍ଟ ଫ୍ରେଣ୍ଡ୍‌ସ ରେସିଡେନ୍ସି। ସେଠାରେ ମନୋଜ କୁମାର ପୁରୋହିତ ରହୁଛନ୍ତି। ଗତକାଲି ସକାଳୁ ସକାଳୁ ମନୋଜଙ୍କ ଶଳା ରୁଦ୍ର ହଠାତ୍‌ ଭିଣୋଇ ମନୋଜଙ୍କ ନିକଟରେ ପହଞ୍ଚି ନିହାତି ଦରକାର ଥିବା କହି କିଛି ଟଙ୍କା ମାଗିଥିଲା। କିନ୍ତୁ ମନୋଜ ତାକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଶଳା ଓ ଭିଣୋଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇଜଣଯାକ ଘର ଭିତରୁ ବାହାରି ଆପାର୍ଟମେଣ୍ଟ କ୍ୟାମ୍ପସ୍‌କୁ ଚାଲିଆସିଥିଲେ। ଏତିକିବେଳେ ଆପାର୍ଟମେଣ୍ଟର ଅନ୍ୟମାନେ ସେଠାରେ ପହଞ୍ଚି ଶଳା-ଭିଣୋଇ କଳିକୁ ତୁଟାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ହଠାତ୍ ରୁଦ୍ର ପକେଟ୍‌ରୁ ବନ୍ଧୁକ ବାହାର କରି ମନୋଜଙ୍କ ମୁଣ୍ଡରେ ଲଗାଇଦେଲା ଏବଂ ସମସ୍ତଙ୍କୁ ଦୂରେଇ ରହିବାକୁ ଧମକ ଦେଲା। ମନୋଜ ଭୟରେ ଥରୁଥିବା ବେଳେ ରୁଦ୍ର ତାଙ୍କୁ ସୁରକ୍ଷାକର୍ମୀଙ୍କ ପାଖକୁ ନେଇଥିଲା ଏବଂ ପାର୍କିଂରେ ଥିବା ଏକ ବ୍ରିଜା କାର୍‌କୁ ଦେଖାଇ ଚାବି ମାଗିଥିଲା। ଭୟରେ ସୁରକ୍ଷାକର୍ମୀ ଚାବି ଦେଇଦେବା ପରେ ରୁଦ୍ର ସେହି କାର୍‌ ଚଳାଇ ଫେରାର୍ ହୋଇଯାଇଥିଲା। କିନ୍ତୁ ଏହା ଭିତରେ ପୁଲିସକୁ ଫୋନ୍‌ ହୋଇଯାଇଥିଲା ଏବଂ ପୁଲିସ ଟିମ୍‌ ରୁଦ୍ରକୁ ପିଛା କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।