ରାଜ୍ୟ

ଭିଜିଲାନ୍ସ ରେଡ୍‌: ୪୩ ମାସରେ ୫୭ ଖାକି ବାବୁ

ଭୁବନେଶ୍ବର : ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଧମକ ଦେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସ୍ଆଇ ମମତା ବସ୍ତିଆଙ୍କୁ ଜୁଲାଇ ୧୩ରେ ଗିରଫ କଲା ଭିଜିଲାନ୍ସ।

ମାତ୍ର ୬ ଦିନ ବ୍ୟବଧାନରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ମଦ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ମାସିକିଆ ବଟି ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ଆଉ ଦୁଇ ଦିନ ପରେ ବିନା ବାଧାରେ ପଥର ଖଣି ଲିଜଧାରୀଙ୍କ ବ୍ୟବସାୟ ଚଳାଇବା ଲାଗି ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାଧିକାରୀ ପୁଷ୍ପଲତା ରାଉତରାୟଙ୍କୁ ବାନ୍ଧିଛି ଭିଜିଲାନ୍ସ। ମାତ୍ର ୯ ଦିନ ବ୍ୟବଧାନରେ ଚାରି ଚାରି ଜଣ ପୁଲିସ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଲାଞ୍ଚ, ମାସିକିଆ ଚାନ୍ଦା, ସୁରକ୍ଷା ଯୋଗାଇବା ଆୟର ସୂତ୍ର
ଗୋଟିଏ ଜାଗାରେ ବର୍ଷ ବର୍ଷ ନିଯୁକ୍ତି ଦୁର୍ନୀତିର ପ୍ରମୁଖ କାରଣ
ମଦ ବେପାର, ସୁଧ କାରବାର, ଜମି ବେପାରରେ ଲାଗୁଛି ଟଙ୍କା
କମିସନରେଟ ପୁଲିସରେ ବି ଏକାଧିକ କୋଟିପତି ବାବୁ

ଇଏ ହାତଗଣତି ଉଦାହରଣ ମାତ୍ର। ହେଲେ ଏଥିରୁ ସଙ୍କେତ ମିଳୁଛି ଯେ ଥାନାରେ ଲାଞ୍ଚ କାରବାରର ଶହ ଶହ ଘଟଣା ସାମ୍ନାକୁ ଆସିପାରୁ ନାହିଁ। କେଉଁଠି ଅଭିଯୁକ୍ତକୁ ଅନୁକମ୍ପା ଦେଖାଇବା ପାଇଁ ଆଉ କେଉଁଠି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନିଆଯାଇଛି। ମଦ ମାଫିଆ, ନିଶା ମାଫିଆଙ୍କ ଠାରୁ ମାସିକିଆ ନେଇ ସେମାନଙ୍କୁ ସୁରକ୍ଷା ଯୋଗାଇବା ଅଭିଯୋଗ ମଧ୍ୟ ପୁଲିସ ବିରୋଧରେ ରହିଛି। କେବଳ ସେତିକି ନୁହେଁ, ଜମିଜମା ବିବାଦର ସମାଧାନ ଠାରୁ ଆରମ୍ଭ କରି ପଥର ଗାଡ଼ି, ବାଲି ଟ୍ରକ୍ ଠାରୁ ଟଙ୍କା ଆଦାୟ, ନିଶା ମାଫିଆଙ୍କୁ ସୁରକ୍ଷା ଦେବାକୁ ଚାନ୍ଦା ଆଦାୟ ଭଳି ସଙ୍ଗିନ୍ ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡ଼ୁଛି।

Ommcom News

ସୂଚନା ଅନୁସାରେ, ୨୦୨୦ ଜାନୁଆରିରୁ ୨୦୨୩ ଆଜି ସୁଦ୍ଧା ପ୍ରାୟ ସାଢ଼େ ୪୩ ମାସରେ ୫୬ ଜଣ ଦୁର୍ନୀତିଖୋର ଖାକି ବାବୁ ଧରାପଡ଼ିଲେଣି। ଏହି ସମୟ ଭିତରେ ୩୫ ଜଣ ଲାଞ୍ଚ ମାମଲାରେ ଧରା ପଡ଼ିଥିବା ଗିରଫ ହୋଇଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୨ ଜଣ ପୁଲିସ ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଲାଞ୍ଚ ମାମଲାରେ ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୭ ଜଣ ଏସ୍ଆଇ, ୧୫ ଜଣ ଏଏସ୍ଆଇ ଓ ଜଣେ କନଷ୍ଟେବଳ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, ୫ ଜଣ ଇନ୍ସପେକ୍ଟର, ୪ ଜଣ ଏସ୍ଆଇ, ୬ ଜଣ ଏଏସ୍ଆଇ, ୫ ଜଣ କନଷ୍ଟେବଳ ଜାଲରେ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ ଲାଞ୍ଚ ଆଦାୟରେ ସହଯୋଗ କରୁଥିବା ଜଣେ ହୋମଗାର୍ଡ ମଧ୍ୟ ଧରାପଡ଼ିଛନ୍ତି। ଏହି ତଥ୍ୟରୁ ଯାହା ଜଣାପଡ଼ୁଛି ପୁଲିସ ବିଭାଗ ହିଁ ‘ମୋ ସରକାର’କୁ ଉପହାସ କରୁଛି। ଅସାଧୁ ଅଫିସରଙ୍କ ପାଇଁ ପୂରା ବିଭାଗକୁ ବଦନାମ୍ ହେବାକୁ ପଡ଼ୁଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବେନାମୀ ସମ୍ପତ୍ତି ଠୁଳ କରିଥିବା ଅସାଧୁ ପୁଲିସ କର୍ମଚାରୀମାନେ ବାର୍, ମଦ ବ୍ୟବସାୟ, ସୁଧ କାରବାର, ଜମି ବେପାର, ବ୍ୟବସାୟିକ ପ୍ରତିଷ୍ଠାନ, ସେୟାର ମାର୍କେଟରେ କଳାଧନ ବିନିଯୋଗ କରୁଛନ୍ତି। ଏପରିକି ରାଜ୍ୟ ବାହାରେ କୋଠା, ଜମି ଭଳି ବେନାମୀ ସମ୍ପତ୍ତି ମଧ୍ୟ ରହିଛି। ବେପାର, ସମ୍ପତ୍ତି ସବୁ କିଛି ବେନାମୀ ବୋଲି ଜଣାପଡ଼ିଛି। ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ନିଯୁକ୍ତି ଦୁର୍ନୀତିର ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ସାଢ଼େ ତିନି ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ୧୧ ଜଣ ପୁଲିସ ଅଧିକାରୀ ଦଣ୍ଡିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଏଏସ୍ଆଇ, ୬ ଜଣ ଏସ୍ଆଇ, ୨ ଜଣ ଇନ୍ସପେକ୍ଟର ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।