ଅପରାଧ ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୦୫।୦୫: ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଖୋର୍ଦ୍ଧା, କଟକ ଓ ଭୁବନେଶ୍ଵର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। କଟକ ଭିଜିଲାନ୍ସ ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ ଜାରି ରହିଛି।

ଖବର ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜଗନ୍ନାଥଙ୍କ ଭୁବନେଶ୍ଵର ରଘୁନାଥପୁର ସ୍ଥିତ ରୟଲ ଲଗୁନ ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ଦୁଇଟି ୩ ମହଲା ବିଶିଷ୍ଟ ଘର, ରଘୁନାଥପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ରଘୁନାଥପୁରରେ ଥିବା ଗୋଟିଏ ମହଲା ବିଲ୍ଡିଂ, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, କଳାରାହଙ୍ଗ ସ୍ଥିତ ଅଫିସ୍, ରଘୁନାଥପୁରରେ ଥିବା ଅନ୍ୟ ଏକ ଫ୍ଲାଟ୍, କଟକ ବାଙ୍କୀ ଚାରିଘରିଆ ସ୍ଥିତ ଘରେ ରେଡ୍ ଚାଲିଛି।

ଏହି ଚଢାଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନସ୍‌ପେକ୍ଟର ସାମିଲ ଅଛନ୍ତି। ଚଢାଉ ବେଳେ ଜଗନ୍ନାଥଙ୍କ ଘରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ତେବେ ଜଗନ୍ନାଥଙ୍କ ସମ୍ପତ୍ତିର ମୂଲ୍ୟ ସଠିକ୍ ଆକଳନ ହୋଇନାହିଁ। ଚଢାଉ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।