ଅପରାଧ ରାଜ୍ୟ

ଭିଜିଲାନ୍ସ ଦ୍ୱାରା ପତ୍ନୀ ଗିରଫ ହେବା ପରେ ସ୍ବାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ବଦଳି

କଟକ: ପତ୍ନୀ ନିନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କର କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରେଶ୍ବର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ମାହାଙ୍ଗା ଥାନା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ, ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ।ସୂଚନା ଅନୁଯାୟୀ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଶନିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ, ରାୟଗଡ଼ାରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାୟଗଡ଼ାରୁ ସେ ଅନୈତିକ ଉପାୟରେ ଅର୍ଜିତ ଟଙ୍କା ନେଇ ଆସୁଥିବାର ଖବର ପାଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ନିକଟରେ ଚଢ଼ାଉ କରିଥିଲା। ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଅର୍ଥର ହିସାବ ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାପରେ ଶ୍ରୀମତୀ ବେଉରା ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି।

ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ନିହାର ରଂଜନ ମହାନ୍ତିକଟକ ଜିଲ୍ଲାର ମାହାଙ୍ଗା ଥାନା ଅଧିକାରୀ ଭାବେ କାର୍ଯ୍ୟରତ। ଭିଜିଲାନ୍ସ ଟିମ୍ ମାହଙ୍ଗାଠାରେ ତାଙ୍କର କ୍ୱାର୍ଟରରେ ପହଞ୍ଚିବା ପରେ ଏହା ତାଲା ପଡ଼ିଥିବା ଏବଂ ଆଇଆଇସି ଉପସ୍ଥିତ ନଥିବାର ଦେଖିବାକୁ ପାଇଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ କ୍ୱାର୍ଟରରେ ଚଢ଼ାଉ କରିବାକୁ ଆସୁଥିବାର ସୁରାକ୍ ପାଇ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ଦାସ ନିଜ ଘରେ ତାଲା ପକାଇ ଏବଂ ମୋବାଇଲ୍ ସୁଇଚ୍ ଅଫ୍ କରି କୁଆଡ଼େ ପଳାଇଥିଲେ। ଗତକାଲି ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ନିହାର ରଂଜନ ମହାନ୍ତିଙ୍କୁ ପଚରାଉଚରା ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।