ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ୧୧ ଲକ୍ଷ ୩୪,୫୬୦ ଟଙ୍କା ଜବତ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ। ତାଙ୍କଠାରୁ ଅନୈତିକ ଉପାୟରେ ଆୟ କରିଥିବା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ ଗତ ୮ ତାରିଖ ରାତିରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କଠାରୁ ଓଡିଶା ଭିଜିଲାନ୍ସର ଏକ ଟିମ୍ ବ୍ୟାଗରେ ଥିବା ନଗଦ ୫ ଲକ୍ଷ ୪,୫୬୦ ଟଙ୍କା ଜବତ କରିଥିଲା। ସେ ଏହି ଟଙ୍କାକୁ ନିଜ ବୁଲେଟରେ ନେଇ ଭଡ଼ାଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ବାଟରେ ଅଟକାଇଥିଲା। ନଗଦ ୫ ଲକ୍ଷ ୪,୫୬୦ ଟଙ୍କର କେଉଁ ସୂତ୍ରରୁ ସେ ଆୟ କରିଛନ୍ତି, ସେନେଇ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ଏହାପରେ ଭିଜିଲା୍ସ ଟିମ୍ ତାଙ୍କର ଭଡ଼ାଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ଏହିପରି ସମୁଦାୟ ନଗଦ ୧୧ ଲକ୍ଷ ୩୪, ୫୬୦ ଟଙ୍କା ଜବତକରିଥିଲା ଭିଜିଲାନ୍ସ ଟିମ୍। ରାୟଗଡ଼ାର ମଙ୍ଗଳା ମନ୍ଦିର ନିକଟରେ ଅବସ୍ଥିତ ତାଙ୍କ ଭଡ଼ାଘର , ଭୁବନେଶ୍ୱରର ପାତ୍ରପଡ଼ା କିଶୋର ବିହାର, ଲେନ୍-୨ରେ ଥିବା ତାଙ୍କ ପତ୍ନୀଙ୍କ ବାସଭବନ ଏବଂ ନବରଙ୍ଗପୁରର ମନ୍ତ୍ରୀଗୁଡ଼ାରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଏହି ଘଟଣା ରାୟଗଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।