ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ପୂର୍ବତନ ପ୍ରାଣୀଧନ ଚିକିତ୍ସକ, ବାସଭବନରେ ଯାଞ୍ଚ କଲା ଟିମ୍

ବଡବିଲ୨୪/୦୮: ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁ ଆଇଚଙ୍କ ଯୋଡ଼ା ବାସଭବନରେ ଭିଲିଲାନ୍ସ ଟିମ୍ । ଏକ ୬ ଜଣିଆ ଭିଜିଲାନ୍ସ ଟିମ୍, ଲଲାଟେନ୍ଦୁଙ୍କ ଯୋଡ଼ା, ବନେଇକଳା ବାସଭବନରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଗତ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା ।

ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପୈତୃକ ଘର ବେରୁଣାପଦୀ ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିଲା । ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଚାର୍ଜସିଟ ଦାଖଲ ହୋଇପାରିନାହିଁ । ତେବେ ଆଜି କଟକ ଓ କେନ୍ଦୁଝରରୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯୋଡ଼ାରେ ପହଞ୍ଚି ଲଲାଟେନ୍ଦୁଙ୍କ ବିଲ୍ଡିଂର ମାପଚୁପ ଆରମ୍ଭ କରିଛନ୍ତି ।

ପ୍ରକୃତରେ କେତେ ଅଞ୍ଚଳରେ ବିଲ୍ଡିଂ ରହିଛି ଏବଂ ଏଥିରେ କେତେ ଟଙ୍କା ବିନିଯୋଗ କରାଯାଇଛି ସେନେଇ ତନ୍ନତନ୍ନ କରି ହିସାବ କରୁଛି ଭିଜିଲାନ୍ସ ଟିମ୍ । ଖୁବ୍ ଶୀଘ୍ର ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଜଣାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।