ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭଦ୍ରକ ୨୯।୦୯ : ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଟାଲିଛି ଚଢାଉ ।

ଖବର ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ବାସଭବନରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଗୋଟିଏ ଠିକା ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଣି ନିଜ ସମ୍ପର୍କୀୟଙ୍କୁ ଦେଉଥିବା ବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର ଭିଜିଲାନ୍ସ ଟିମ ପକ୍ଷରୁ ରେଡ଼ କରାଯାଇଥିବା ସୂଚନା ମିଳିଛି । ସରକାରୀ ବାସଭବନରେ ଯାଞ୍ଚ ସହ ଟଙ୍କା ଗଣତି କରାଯାଉଛି । ଭଦ୍ରକ ସ୍ଥିତି ସରକାରୀ ଆବାସ ସହ , ବାଇପାସ ସ୍ଥିତ କାର୍ଯ୍ୟାଳୟ , ଶ୍ୱଶୁର ଘର ଓ ଖାଇରା ସ୍ଥିତ ଘରେ ରେଡ଼ ହେଉଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।