ଦେଶ ବିଦେଶ ମନୋରଞ୍ଜନ

ଭିକିଙ୍କ ନୂଆ ଲୁକ୍‌ ଦେଖି କନ୍‌ଫ୍ୟୁଜ୍‌ ହେଲେ ଫ୍ୟାନ୍ସ, ସୋସିଆଲ୍‌ ମିଡିଆରେ କଲେ ଟ୍ରୋଲ୍‌

ମୁମ୍ଵାଇ ୦୭।୧୦: ବଲିଉଡର ଜଣାଶୁଣା ଅଭିନେତା ଭିକି କୌଶଲ । କୌଣସି ଅଭିନେତାଙ୍କ ଠାରୁ କମ୍‌ ନୁହନ୍ତି ଭିକି । ତାଙ୍କ ଅଭିନୟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋର୍ସ। ନିକଟରେ ଅଭିନେତାଙ୍କ ଲୁକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ ଭିକି ମୁମ୍ବାଇରେ ଅଲି ଏବଂ ରିଚାଙ୍କ ରିସେପ୍ସନରେ ପହଞ୍ଚିଥିଲେ। ଏହି ସମୟରେ ଭିକି ନୀଳ ରଙ୍ଗର ସୁଟ ସହ ବିନା ଦାଢିରେ ନଜର ଆସିଥିଲେ। ପ୍ରଶଂସକମାନେ ତାଙ୍କ ଲୁକକୁ ଆଦୌ ପସନ୍ଦ କରୁ ନାହାନ୍ତି।

ଭିକିଙ୍କର ଏହି ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଅନେକ ମିମ୍‌ ମଧ୍ୟ ଦେଖିବାକୁ ମିଳୁଛି । ଅନେକ ପ୍ରଶଂସକମାନେ କମେଣ୍ଟ ଦେଉଛନ୍ତି ଯେ ଭିକି କେବେ ଦାଢି କାଟିବା କରିବା ଉଚିତ୍ ନୁହେଁ । ଏହା ସହିତ ସେ ଆହୁରି ମଧ୍ୟ କହୁଛନ୍ତି ଯେ ବିକି ସବୁ ବେଳେ ବିଅଡ ତଥା ଦାଢି ରଖିବା ଉଚିତ୍।

କହିବାକୁ ଗଲେ ପୂର୍ବରୁ, ଯେତେବେଳେ ବିକି ମାଲଦ୍ୱୀପକୁ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଥିଲେ, ବିକି ପ୍ରଥମ ଥର ପାଇଁ ବିନା ଦାଢିରେ ନଜର ଆସିଥିଲେ। ସେହି ସମୟରେ ଭିକିଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା। ଉଲ୍ଲେଖଥାଉ କି, ପ୍ରଶଂସକମାନେ କ୍ୟାଟ୍ରିନାଙ୍କୁ ଅନୁରୋଧ କରୁଛନ୍ତି କି ଭିକିଙ୍କୁ ବୁଝାଆନ୍ତୁ କି ସେ ପୂର୍ବ ପରି ଦେଖାଯାଆନ୍ତୁ ।ବର୍ତ୍ତମାନ ବିକି ସାମ ବାହାଦୁର, ଗୋବିନ୍ଦା ମେରା ନାମ ଭଳି ଚଳଚ୍ଚିତ୍ରରେ ନଜର ଆସିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ