ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାଷା ପାଇଁ ଆନ୍ଧ୍ର-ଓଡ଼ିଶା ଚୁକ୍ତି

ବ୍ରହ୍ମପୁର/ଗୋପାଳପୁର: ତେଲୁଗୁ ଭାଷାର ପ୍ରଚାରପ୍ରସାର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହେବ ତେଲୁଗୁ ଚେୟାର। ଏଥିରେ ଜଣେ ପ୍ରାଧ୍ୟାପକଙ୍କ ସମେତ ଜଣେ ରିସର୍ଚ୍ଚ ଅଫିସର ଏବଂ ଜଣେ ଅଫିସ ଆଟେଣ୍ଡାଣ୍ଟ ନିଯୁକ୍ତ ହେବେ। ଏଠାରେ ତେଲୁଗୁ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା ହେବ। ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ସ୍ଥିତ ଡା. ବି.ଆର୍‌.ଆମ୍ବେଦକର୍‌ ବିଶ୍ବବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ବାରା ଏକ ଓଡ଼ିଆ ଚେୟାର୍‌ ସ୍ଥାପନ ହେବ। ସେଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା ହେବ। ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ ଏଭଳି ଚୁକ୍ତିନାମା (ଏମଓୟୁ) ସ୍ବାକ୍ଷର ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ଭ‌‌ାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଚିଠି (ଚିଠି ନଂ ୪୬୩୦ ତା୨୧.୧୧.୨୨) ଜରିଆରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅବଗତ କରାଯାଇଛି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହୋଇଥିବା ବେଳେ ଏଠାରେ ଏକ ଭଞ୍ଜ ଚେୟାର୍‌ ସ୍ଥାପନ ପାଇଁ ପୂର୍ବରୁ ପ୍ରସ୍ତାବ ଆଗତ ହେବାସହ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ଗତବର୍ଷ ନଭେମ୍ବରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନ ମୋହନ ରେଡ଼ି ଓଡ଼ିଶା ଗସ୍ତ କରି ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଭାଷା, ସାହିତ୍ୟ ଓ ସଂସ୍କୃତିର ଆଦାନ ପ୍ରଦାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିବା ସହ ଓଡ଼ିଶାର ବିଶ୍ବବିଦ୍ୟାଳୟରେ ତେଲୁଗୁ ଚେୟାର୍‌ ଏବଂ ଆନ୍ଧ୍ରର ବିଶ୍ବବିଦ୍ୟାଳୟରେ ତେଲୁଗୁ ଚେୟାର୍‌ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାର ଠିକ୍ ବର୍ଷକ ପରେ ଉକ୍ତ ନିଷ୍ପତ୍ତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଦୁଇ ସରକାର ତତ୍ପରତା ପ୍ରକାଶ କରି ଚୁକ୍ତନାମା (ଏମ୍‌ଓୟୁ) ସ୍ବାକ୍ଷର କରିଥିଲେ। ଏଥିପାଇଁ ଦୁଇ ରାଜ୍ୟର ସୀମାନ୍ତ ଅଂଚଳରେ ଥିବା ବିଶ୍ବବିଦ୍ୟାଳୟକୁ ଚୟନ କରିଛନ୍ତି।

ଉକ୍ତ ଚୁକ୍ତିନାମା ମୁତାବକ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହି ତେଲୁଗୁ ଚେୟାର୍‌ ସ୍ଥାପନ ହେବାକୁ ଯାଉଛି। ଯାହାର ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଏହି ଦୁଇ ଚେୟାର୍‌ର ନାମକରଣ ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ସେମାନଙ୍କ ରାଜ୍ୟର ବିଶିଷ୍ଟ ସାହିତ୍ୟିକଙ୍କ ନାମ ସୁପାରିସ୍‌ କରିବେ। ଆସନ୍ତା ୫ବର୍ଷ ପାଇଁ ଏହି ଚୁକ୍ତି ସ୍ବାକ୍ଷର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟ ସରକାରଙ୍କ ବୁଝାମଣାକୁ ନେଇ ଏହାର ଅବଧିକୁ ବଢ଼ାଯାଇପାରେ ବୋଲି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରକାଶ କରିଛନ୍ତି। ଏଥିସହ ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ୪ଜଣ ବରପୁରୁଷଙ୍କ ନାମରେ ୪ଟି ଚେୟାର୍‌ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସ୍ଥାପନ ପାଇଁ ମଧ୍ୟ ସେ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଇଥିବା ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।