ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାଷାର ବହୁଳ ବ୍ୟବହାର ଲୋଡ଼ା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ୨୦୧୪ ମସିହା ଏପ୍ରିଲ ମାସରେ ଓଡ଼ିଆ ଭାଷା ‘ଶାସ୍ତ୍ରୀୟ ମାନ୍ୟତା’ ପାଇଥିଲା। ଏହା‌ ଭିତରେ ୯ବର୍ଷ ବିତି ଗଲାଣି। ହେଲେ ଆଜି କ’ଣ ଓଡ଼ିଆ ଭାଷା ସତରେ ଓଡ଼ିଆଙ୍କଠାରୁ ତା’ର ମର୍ଯ୍ୟାଦା ପାଇଛି? ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରି ସମସ୍ତ ସରକାରୀ ଦସ୍ତାବିଜ୍‌ ଓଡ଼ିଆରେ କରାଯିବାକୁ ସରକାର ନିୟମ କରିଛନ୍ତି। ସତରେ କ’ଣ ଏହା ଠିକ୍‌ ଭାବେ ପାଳନ କରାଯାଉଛି? ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ସରକାରୀ ଦପ୍ତର ଓ ସମସ୍ତ ନାମଫଳକରେ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ହେଲେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ କ’ଣ ଏହାକୁ ମାନିଛନ୍ତି, କ’ଣ ନିର୍ଭୁଲ ଓଡ଼ିଆରେ ଆମେ ନାମଫଳକ ଦେଖିବାକୁ ପାଉଛେ? ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍‌ ଆଦି ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ଭଳି ଆମେ ଆମ ଓଡ଼ିଆ ଭାଷାର ବହୁଳ ବ୍ୟବହାର, ପ୍ରଚାର ପ୍ରସାର ଓ ଭାଷାକୁ ସମ୍ମାନ ଦେଇପାରିଛେ ତ? ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ କ’ଣ ଓଡ଼ିଆ ଭାଷା ଯେତିକି ଉନ୍ନତି କରିବା କଥା ସେତିକି କରିଛି? ଆଜି ‘ବିଶ୍ବ ମାତୃଭାଷା ଦିବସ’ ଅବସରରେ ଆମେ ଓଡ଼ିଆମାନେ ଓଡ଼ିଆ ଭାଷାକୁ ନେଇ କେତେ ବ୍ୟସ୍ତ, ଉତ୍ସାହିତ ଓ ଚିନ୍ତିତ… ରାଜଧାନୀର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତାମତକୁ ନେଇ ଏହି ଉପସ୍ଥାପନା।

ସରକାରୀ ବା ବ୍ୟକ୍ତିଗତ ସ୍ତରରେ ଭାଷାର ବିଶେଷ ଉନ୍ନତି ‌ହୋଇନି

ଆମେ ଆମ ମାତୃଭାଷା ପାଇଁ ଯତ୍ନଶୀଳ ହେବା ଉଚିତ୍‌। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତ‌ା ପାଇବା ପରେ ଆମ ଭିତରେ ଏହି ଚେତନା ଜାଗ୍ରତ ହେଲା। କିନ୍ତୁ ଏକ ଚେତନା ଜାଗ୍ରତ ହେବା ଓ ଏହାକୁ ଆଚରଣରେ ଉତାରିବା ଭିନ୍ନ ଭିନ୍ନ କଥା। ଆଜି ବି ଆମର ୯୦% ନିମନ୍ତ୍ରଣ କାର୍ଡ ଇଂରାଜୀରେ ଆସୁଛି। ଆମେ ଆମ ଘରର, ଦୋକାନର ଓ ବିଭିନ୍ନ ଅନୁଷ୍ଠାନର ନାମଫଳକ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ଲେଖୁଛୁ। କିନ୍ତୁ ନାମଫଳକରେ ଆମେ ଓଡ଼ିଆରେ ଛୋଟ ଛୋଟ ଅକ୍ଷରରେ ଲେଖି ଆମ ଓଡ଼ିଆ ହେବାର ଦାୟିତ୍ବ ସାରିଦେଉଛୁ। ଏଣୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ନା ସରକାରୀ ନା ବ୍ୟକ୍ତିଗତ ସ୍ତରରେ ଓଡ଼ିଆ ଭାଷାର ବିଶେଷ କିଛି ଉନ୍ନତି ହୋଇନାହିଁ।
ଦେବପ୍ରସାଦ ପରିଜା, ସମ୍ପାଦକ, ସଂଭାବନା

ଓଡ଼ିଆ ରୋଜଗାରିଆ ଭାଷା ହୋଇପାରିଲା ନାହିଁ

ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଆମେ ଯେତିକି ସଚେତନ ହେବା କଥା ସେତିକି ଆମେ ହୋଇପାରୁନାହୁଁ। ଏହାର ମୁଖ୍ୟ କାରଣ ଆମର ଅନ୍ୟ ଭାଷାପ୍ରୀତି ବା ଇଂରାଜୀପ୍ରୀତି। ଅନ୍ୟପ‌‌ଟେ ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ନେଇ ‌ରୋଜଗାର କରିବା ଭଳି କୌଣସି ପନ୍ଥା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲା ନାହିଁ। ଏଥିସହ ଶାସ୍ତ୍ରୀୟ ମାନ୍ୟତା ପାଇବା ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଏଯାଏ ପୂରଣ ହେଲାନାହିଁ। ଏଥିସହ ଓଡ଼ିଶାର ଭୌଗୋଳିକ ସୀମାରେଖା ବାହାରେ ଥିବା ଓଡ଼ିଆଙ୍କ ପାଇଁ ୨୦ ବର୍ଷ ହେଲା କେବଳ ଲିପିଶିକ୍ଷା କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଉଚ୍ଚଶିକ୍ଷାର କୌଣସି ବ୍ୟବସ୍ଥା ନାହିଁ। ଏତେ ଅସମର୍ଥତା ଓ ବିଫଳତା ପରେ ଆମେ ଶାସ୍ତ୍ରୀୟ ମାନ୍ୟତା ପାଇବା‌ ପରେ ଓଡ଼ିଆ ଭାଷା ପାଇଁ କେତେ ସଚେତନ ହୋଇଛୁ ତାହା ସ୍ପଷ୍ଟ ହେଉଛି।
ଦିଲ୍ଲୀପ ଦାଶଶର୍ମା, ସଭାପତି, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା

ବ୍ୟବହାର କମିଗଲେ ଭାଷାର ଗାରିମା ନଷ୍ଟ ହେବ

ଯେଉଁ ଜାତି ମାତୃଭାଷାକୁ ସମ୍ମାନ ଦେଇଛି, ତା’ର ବର୍ତ୍ତମାନର ଭବିଷ୍ୟତ ଅପେକ୍ଷାକୃତ ଅଧିକ ଉଜ୍ଜ୍ବଳ। ସଂପ୍ରତି ହିନ୍ଦୀ ଓ ଇଂରାଜୀ ଭାଷାର ପ୍ରାବଲ୍ୟ ମଧ୍ୟରେ ଆମ ମାତୃଭାଷା ଓଡ଼ିଆ ଉପେକ୍ଷିତ ହେଉଛି। ଇଂରାଜୀରେ କଥା ହେଲେ ଆମେ ଆତ୍ମପ୍ରସାଦ ଲାଭ କରୁଥିବା ବେଳେ ମାତୃଭାଷାକୁ ନେଇ ଆମେ ସଙ୍କୁଚିତ ହେବା ଲଜ୍ଜାଜନକ। ସଭା-ସମିତି, ପ୍ରଚାରପ୍ରସାର ଓ ଦୈନନ୍ଦିନ ବ୍ୟବହାରରେ ମାତୃଭାଷାର ସଙ୍କୋଚନ ଆମକୁ ବିପର୍ଯ୍ୟୟମୁହାଁ କରିବ। ବ୍ୟବହାର କମିଗଲେ ଭାଷାର ଉତ୍କର୍ଷ ଓ ଗାରିମା ମଧ୍ୟ କ୍ଷୁର୍ଣ୍ଣ ହୁଏ। ମାତୃଭାଷାର ବହୁଳ ବ୍ୟବହାର ପାଇଁ ସବୁ‌ କ୍ଷେତ୍ରରେ ପ୍ରୟାସ ଜରୁରୀ।
ମୃତ୍ୟୁଞ୍ଜୟ ରଥ, ଅଧ୍ୟାପକ

ଭୁଲ୍‌ ଓଡ଼ିଆ ଲେଖିଲେ ଆର୍ଥିକ ଦଣ୍ଡର ବ୍ୟବସ୍ଥା ହେଉ

ଏବେ ବି ଓଡ଼ିଆ ଭାଷା ସଂପୂର୍ଣ୍ଣ ଭାବେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟବହାର ହୋଇପାରିନାହିଁ। ବିଭିନ୍ନ ସ୍ଥାନରେ ଲାଗୁଥିବା ପୋଷ୍ଟର୍‌ ଓ ଫଳକରେ ଓଡ଼ିଆ ଶବ୍ଦ ବନାନରେ ବହୁ ଭୁଲ୍‌ ଭଟକା ରହୁଛି। ଯେଉଁଠି ଏମିତି ବିକୃତ ଓଡ଼ିଆ ଲେଖାଯାଉଛି, ସେଠାରେ ମାଲିକଙ୍କ ବିରୋଧରେ ଆର୍ଥିକ ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଉ। ଲୋକଙ୍କ ଭିତରେ ଡର ପଶିଲେ ଆପେ ଆପେ ସଚେତନ ହେବେ। ନଚେତ୍‌ ମାତୃଭାଷା ଦିବସ ପାଳନ ଖାଲି ଲୋକଦେଖାଣିଆ ହୋଇ ରହିଯିବ।
ପ୍ରଜ୍ଞାପାରିମତା ରାଉତ, ଛାତ୍ରୀ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।