ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

ବଡବିଲ ୨୮।୧୧: ଭାରସାମ୍ୟ ହରାଇ ୨୫ ଫୁଟ ତଳ ଖାଇକୁ ଖସିଲା ୧୪ ଚକିଆ ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଘସିପୁରା ଥାନା ରେକୁଟିଆ ଅଞ୍ଚଳର ପ୍ରକାଶ ଜେନା ।


ବଡବିଲ ଥାନା ଠାକୁରାଣୀ, ଆର୍ସଲେର ମିତ୍ତଲ ଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି । ଓଡି ୩୪ ଏମ୍ ୫୨୬୫ ନମ୍ବର ୧୪ ଚକିଆ ଟ୍ରକ୍ ମିତ୍ତଲ ଖଣିରୁ ଫାଇନ୍ସ ୨୯ ଟନରୁ ଅଧିକ (ଲୁହାପଥର ଗୁଣ୍ଡ) ବୋଝେଇ କରି ଭାଇଜାଗ୍ ଉଦ୍ଦେଶ୍ୟରେ ବାହାରିଥିଲେ । ତେବେ ମାଇନ୍ସରୁ ବାହାରି ପ୍ରାୟ ଶହେ ମିଟର ଯିବାପରେ ଟ୍ରକଟି ଭାରସାମ୍ୟ ହରାଇ ଏକ କ୍ୟାବିନକୁ ଧକ୍କା ଦେବା ସହ ପ୍ରାୟ ୨୫ ମିଟର ଖାଇକୁ ଖସିପଡିଥିଲା । ଗାଡି ଭାଙ୍ଗି ଚୁରମାର ହୋଇଯିବା ସହ ଚାପିହୋଇ ଡ୍ରାଇଭରର ଶୋଚନୀୟ ମୃତ୍ୟୁ ଘଟିଥିଲା । ବଡବିଲ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ