ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି: ଶଳା ଓ ଭିଣୋଇଙ୍କ ମୃତ୍ୟୁ, ଜଣେ ଗୁରୁତର

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଠାରେ ବିଳମ୍ବିତ ରାତିରେ ଏକ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାଛଡ଼ା ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ରାୟପୁରକୁ ପଠାଯାଇଛି।

ପ୍ରକାଶ ଯେ ଶୁକ୍ରବାର ରାତିରେ ଓଡି ୨୬-ଏ ୦୩୦୩ ନମ୍ବର ଥିବା ଏକ ଗାଡ଼ିରେ ଭିଣୋଇ କଲ୍ୟାଣ ବାଗ (୨୫) ଓ ଶଳା ଲଖନ ବାଗ(୧୬)ଙ୍କ ସମେତ ୩ ଜଣ ନିଜ ଗାଁ ବୋଡେନ ଥାନା ଅନ୍ତର୍ଗତ ରାଜପୁର ଓ ବିନପୁରକୁ ଆସୁଥିଲେ। ଟିମନପୁରଠାରେ ରାସ୍ତା ଉପରେ ଏକ ବଡ଼ ପଥର ରହିଥିଲା ଏହାକୁ ଗାଡି ଚାଳକ ଦେଖିନପାରି ପଥର ଉପରକୁ ଚଢାଇ ଦେଇଥିଲେ। ଯାହାଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ଯିବା ପରେ .ସେଥିରେ ବସିଥିବା ବିନପୁର ଗ୍ରାମର କଲ୍ୟାଣ ବାଗ, ଲଖନ ବାଗ ଓ ରାଜପୁରର ସୁଶୀଳ ଧରୁଆ ଗୁରୁତର ହୋଇଥିଲେ।

ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ସିନାପାଲି ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା। ସେଠାରେ ଭିଣୋଇ ଓ ଶଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ସୁଶୀଳଙ୍କୁ ଗୁରୁତର ଅବସ୍ଥାରେ ରାୟପୁର ପଠାଯାଇଛି। ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ