ଖେଳ ରାଜ୍ୟ

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବାରବାଟୀ ରେଡି: ଆସନ୍ତା ଫେବୃଆରୀରେ ଖେଳାଯିବ ଟି-୨୦

ଭୁବନେଶ୍ୱର
: ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଦର୍ଶକମାନେ ଫଟାଫଟ କ୍ରିକେଟର ମଜା ଉଠାଇ ପାରିବେ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ୧୫ ତାରିଖରେ ଦୁଇ ଦେଶ ମଧ୍ୟରେ ଟି-୨୦ ଖେଳାଯିବ ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ ଏକାଡେମୀ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ।

ଶ୍ରୀ ବେହେରା କହିଛନ୍ତି ଯେ, ଭାରତ-ଇଣ୍ଡିଜ ମ୍ୟାଚ ପାଇଁ ତାରିଖ ଚୂଡ଼ାନ୍ତ ହୋଇ ସାରିଥିଲେ ହେଁ ଦର୍ଶକଙ୍କ ମ୍ୟାଚ ଦେଖିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଯଦି ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳେ ତେବେ ଟିକେଟ ଛାପିବା ଓ ବିକ୍ରି କରିବା ପାଇଁ ଏକ ମାସ ସମୟ ଦରକାର । ତେବେ ମ୍ୟାଚ ଦେଖିବାକୁ ହେଲେ ଦର୍ଶକଙ୍କ ପାଇଁ କୋଭିଡର ଦୁଇଟି ଡୋଜ୍ ଟିକା ଓ ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଓସିଏ ସମ୍ପାଦକ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ୱକପ୍ ଆରମ୍ଭ ହୋଇଛି । ଏହି ବିଶ୍ୱସ୍ତରୀୟ ଇଭେଣ୍ଟ ବିନା ଦର୍ଶକରେ ଅନୁଷ୍ଠିତ ହେଉଛି । କୋଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟରେ ଏବେ କୋଭିଡର ସ୍ଥିତି ନିମ୍ନମୁଖୀ ହୋଇଛି । ଅପରପକ୍ଷେ ମ୍ୟାଚ ପାଇଁ ଆହୁରି ପାଖାପାଖି ତିନି ମାସ ସମୟ ଥିବାରୁ ଦର୍ଶକଙ୍କୁ ଖେଳ ଦେଖିବାକୁ ପାଇଁ ଅନୁମତି ଦିଆଯାଇପାରେ ବୋଲି କ୍ରୀଡ଼ାପ୍ରେମୀମାନେ ଆଶାବ୍ୟକ୍ତ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ