ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ ସବୁଠୁ ବଡ଼ ପ୍ରଦୂଷଣକାରୀ କହି ବିବାଦ ସୃଷ୍ଟି କଲେ ନିକି ହାଲି

ନ୍ୟୂୟର୍କ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ନିକି ହାଲି ସୋମବାର ବିଶ୍ବ ପରିବେଶ ଦିବସରେ ଭାରତ ବିରୋଧରେ ଏକ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ହେଉଛି ସବୁଠୁ ବଡ଼ ପ୍ରଦୂଷଣକାରୀ। ନିକ୍କି ହାଲି ତାଙ୍କର ଏହି ଟିପ୍ପଣୀରେ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆରେ ‌ଏକ ପୋଷ୍ଟ୍‌ କରି କହିଛନ୍ତି ଯେ ଆମକୁ ଯଦି ପରି‌ବେଶ ସୁରକ୍ଷା ଦିଗରେ ଗମ୍ଭୀର ହେବାର ଅଛି ତେବେ ଆମକୁ ଭାରତ ଏବଂ ଚୀନ୍‌କୁ ରୋକିବାକୁ ପଡ଼ିବ। ସେମାନେ ସବୁଠୁ ବଡ଼ ପ୍ରଦୂଷଣକାରୀ। ନିକ୍କିଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ ଅନେକ ଇଣ୍ଟରନେଟ୍‌ ବ୍ୟବହାରକାରୀ କଡ଼ା ସମାଲୋଚନା କରିଛନ୍ତି। ଜ‌ଣେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥ୍ୟ ଦେଇ ନିକ୍କିଙ୍କୁ କଡ଼ା ଜବାବ ଦେଇଛନ୍ତି। ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ରାଷ୍ଟ୍ରର ତାଲିକା ‌ଦେଇ ଜଣେ ଦର୍ଶାଇଛନ୍ତି ଯେ ଆମେରିକା ଏହି ତାଲିକାର ଶୀର୍ଷରେ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ