ଖେଳ ଦେଶ ବିଦେଶ

‘ଭାରତ-ପାକିସ୍ତାନ ମ୍ୟାଚ୍ କେବଳ ଗୋଟିଏ…’ : ଏସିଆ କପକୁ ନେଇ ବଡ ବୟାନ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୧୬|୦୮: ଅଗଷ୍ଟ ୨୮ରେ ଭାରତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଭେଟିବ । ପାକିସ୍ତାନ ବିପକ୍ଷରେ ହିଁ ଭାରତ ନିଜର ଅଭିଯାନ ଆରମ୍ଭ କରିବ । ଏହି ମୁକାବିଲା ପାଇଁ ଉଭୟ ଖେଳାଳି ଓ ପ୍ରଶଂସକ ଖୁବ୍ ଉତ୍ସାହିତ ଅଛନ୍ତି । ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ଖେଳକୁ କେବଳ ଏକ ମ୍ୟାଚ୍ ଭାବେ ଦେଖିବା ଦରକାର । ସେ ନିଜେ ଖେଳୁଥିବା ବେଳେ ପାକିସ୍ତାନ ବିପକ୍ଷ ମୁକାବିଲାକୁ କୌଣସି ବଡ ବା ସ୍ୱତନ୍ତ୍ର ମ୍ୟାଚ୍ ଭାବେ ଦେଖୁନଥିଲେ । ଏହା ତାଙ୍କ ପାଇଁ ସାଧାରଣ ମ୍ୟାଚ୍ ଭଳି ଥିଲା । କିନ୍ତୁ ସେ ଟୁର୍ଣ୍ଣାମେଣ୍ଟ ଜିତିବା ଲକ୍ଷ୍ୟରେ ରହୁଥିଲେ ।

ସେ ଆହୁରି କହିଛନ୍ତି ଯେ, ସେ କେବଳ ଏସିଆ କପ୍ ଭାବେ ମ୍ୟାଚକୁ ଦେଖୁଛନ୍ତି । ଭାରତ ବନାମ ପାକିସ୍ତାନ ଭାବେ ଦେଖୁ ନାହାଁନ୍ତି । କିନ୍ତୁ ମ୍ୟାଚ୍ ଜିତିବା ଉପରେ ସର୍ବଦା ଜୋର୍ ଦେଇଥାନ୍ତି । ଭାରତୀୟ ଦଳ ଉପରେ ଖୁବ୍ ଭରସା ରହିଛି । ତାଙ୍କ କହିବାନୁସାରେ ଦଳ ଏସିଆ କପରେ ଭଲ ପ୍ରଦର୍ଶନ କରିବ । ଟିମ୍ ଇଣ୍ଡିଆ ଏକ ଶକ୍ତିଶାଳୀ ଟିମ୍ । ଏସିଆ କପରେ ଭାରତର ପ୍ରଦର୍ଶନ ଭଲ ରହିବ ବୋଲି ସେ କହିଛନ୍ତି ।

ଇଣ୍ଡିଆ ଲିଜେଣ୍ଡସ୍ ଅଧିନାୟକ ଗାଙ୍ଗୁଲି

ଭାରତ ସ୍ୱାଧିନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଦେଶରେ ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଅବସରରେ ଏକ ବଡ ମ୍ୟାଚ୍ ଆୟୋଜନ କରିବ ବିସିସିଆଇ । ଯେଉଁଥିରେ ଭାରତର ମହାନ ଖେଳାଳିମାନେ ବିଶ୍ୱର ବଡବଡ ଖେଳାଳିଙ୍କ ସହ ମୁକାବିଲା କରିବେ । ତେବେ ଟିମ୍ ଇଣ୍ଡିଆର ନେତୃତ୍ୱ ଆଉ କେହି ନୁହେଁ ବରଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନେବେ ।

ଆଜାଦି କି ଅମୃତୋତ୍ସବ ଅବସରରେ ଆୟୋଜନ ହେବାକୁ ଏହି ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ପଡିଆରେ ଖେଳାଯିବ । ଏହା ଏକ ପ୍ରଦର୍ଶନୀ ମୁକାବିଲା ହେବ । ଯାହା ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ ଆକାରରେ ଖେଳାଯିବ । ଇଣ୍ଡିଆ ମହାରାଜର ଭାର ସୌରଭ ଗାଙ୍ଗୁଲିଙ୍କ ଉପରେ ରହିବ । ସେହିପରି ଓ୍ୱାର୍ଲଡ୍ ଜାଏଣ୍ଟସର ନେତୃତ୍ୱ ନେବେ ଇଂଲଣ୍ଡର ପୂର୍ବତନ ଅଧିନନାୟକ ଇଆନ ମୋର୍ଗାନ୍ ।

ଭାରତୀୟ ଦଳ

ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହ୍ୱାଗ, ମହମ୍ମଦ କୈଫ, ୟୁସୁଫ ପଠାନ, ଏସ ବଦ୍ରୀନାଥ, ଇରଫାନ ପଠାନ, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନ୍ନି, ଏସ ଶ୍ରୀସନ୍ଥ, ହରଭଜନ ସିଂ, ନମନ ଓଝା, ଅଶୋକ ଡିଣ୍ଡା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆରପି ସିଂ, ଯୋଗିନ୍ଦର ଶର୍ମା, ରିତେନ୍ଦ୍ର ସିଂସୋଢି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ