ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଏରିକ୍‌ ଗାର୍ସେଟିଙ୍କୁ ପୁନଃମନୋନୀତ କଲେ ଜୋ’ ବାଇଡେନ୍‌

ୱାସିଂଟନ୍‌: ଲସ୍‌ ଏଞ୍ଜେଲ୍‌ସ୍‌ର ପୂର୍ବତନ ମେୟର୍‌ ଏରିକ୍‌ ଗାର୍ସେଟିଙ୍କୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଭାରତ ପ୍ରତି ତାଙ୍କର ଦୂତ ଭାବେ ପୁନଃମନୋନୀତ କରିଛନ୍ତି। ଦୂତ ଭାବେ ଆମେରିକୀୟ ସିନେଟ୍‌ ଏଥର ତାଙ୍କୁ ସମ୍ମତି ଦେବ ବୋଲି ହ୍ବାଇଟ୍‌ ହାଉସ୍‌ ଦୃଢ଼ ଆଶା ବ୍ୟକ୍ତ କରିଛି।

ସିନେଟ୍‌କୁ ନାମାଙ୍କନ ପଠାଇବା ପରେ ହ୍ବାଇଟ୍‌ ହାଉସ୍‌ କହିଛି, କାଲିଫର୍ଣ୍ଣିଆର ଏରିକ୍‌ ଏମ୍‌. ଗାର୍ସେଟି ଭାରତ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ହେବେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ କଂଗ୍ରେସ୍‌ରେ ଯେଉଁ ପ୍ରାର୍ଥୀମାନଙ୍କୁ ଅନୁମୋଦନ ମିଳି ନ ଥିଲା ହ୍ବାଇଟ୍‌ ହାଉସ୍‌ ସେମାନଙ୍କର ପୁନଃମନୋନୟନ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ବାଇଡେନ୍‌ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାର କିଛି ମାସ ପରେ ଗ୍ରେସେଟିଙ୍କୁ ଭାରତକୁ ରାଷ୍ଟ୍ରଦୂତ ଭାବେ ପଠାଇବା ପାଇଁ ମନୋନୟନ କରାଯାଇଥିଲା। କିନ୍ତୁ, ସିନେଟ୍‌ରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ବା ଭୋଟ୍‌ ମିଳି ନ ଥିଲା। ମେୟର୍‌ ଅଫିସ୍‌ରେ ଜଣେ ପଦସ୍ଥ ମହିଳା କର୍ମଚାରୀଙ୍କ ପ୍ରତି କରାଯାଇଥିବା ଅସଦାଚରଣ ଅଭିଯୋଗକୁ ସେ ଅଣଦେଖା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଏରିକ୍‌ ବାରମ୍ବାର କହିଥିଲେ କି, ଏଭଳି କୌଣସି ଅଭିଯୋଗ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇ ନ ଥିଲା।

ସିନେଟ୍‌ରେ ପୂର୍ଣ୍ଣ ସମର୍ଥନ ମିଳୁ ନ ଥିବା ବ‌େଳେ ରାଷ୍ଟ୍ରଦୂତ ପାଇଁ ସେ ଜଣେ ସୁଯୋଗ୍ୟ ପ୍ରାର୍ଥୀ ବୋଲି ସର୍ବସାଧାରଣରେ ହ୍ବାଇଟ୍‌ ହାଉସ୍‌ ଘୋଷଣା କରିବା ସହିତ କହିଛି ଯେ, ସର୍ବସମ୍ମତକ୍ରମେ ‘ସ‌ିନେଟ୍‌ ଫରେନ୍‌ ରିଲେସନ୍ସ୍ କମିଟି’ ତାଙ୍କ ପ୍ରାର୍ଥୀପତ୍ରକୁ ଅନୁମ‌ୋଦନ କରିଛି।

ଦୈନିକ ସାମ୍ବାଦିକ ସମ୍ମିଳନୀରେ ହ୍ବାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ କେରାଇନ୍‌ ଜିନ୍‌-ପାଇରି ସମ୍ବାଦିକମାନଙ୍କୁ କହିଛନ୍ତି, ଖୁବ୍‌ ଅଳ୍ପଦିନ ତଳେ ବୈଦେଶିକ ସଚିବ ଟନି ବ୍ଲିଙ୍କେନ୍‌ଙ୍କ କହିବା ଅନୁସାରେ, ଭାରତ ସହିତ ଆମର ସମ୍ପର୍କ ଗୁରୁତ୍ବପୂର୍ଣ୍ଣ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ