ନୂଆଦିଲ୍ଲୀ ୦୬/୦୬: କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟସମ୍ୟାନ୍ ଭେଙ୍କଟେଶ ଆୟର ଆଇପିଏଲ ୨୦୨୨ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ସେ ୧୨ଟି ମ୍ୟାଚରୁ ୧୬.୫୫ ଆଭରେଜରେ ୧୮୨ ରନ୍ କରିଥିଲେ । ଏହି ଖରାପ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭାରତୀୟ ଦଳରେ ସ୍ଥାନ ମିଳିଛି ।
ଏହା ମଧ୍ୟରେ ଭେଙ୍କଟେଶ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି । ଏହାସହ ଦଳର ବିଭିନ୍ନ ଚ୍ୟାଲେଞ୍ଜକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଦଳ ନିଶ୍ଚିତ ଭାବେ ଟି୨୦ ବିଶ୍ୱକପ ଜିତିବାକୁ ଯାଉଛି ।
ସେ ଆହୁରି କହିଛନ୍ତି ଯେ, ଗତ ଟି୨୦ ବିଶ୍ୱକପରୁ ସେମାନେ ବଡ ଗୋଲ ହାସଲ ଲକ୍ଷ୍ୟରେ ଅଛନ୍ତି । ଯାହା ହେଉଛି ଆସନ୍ତା ଟି୨୦ ବିଶ୍ୱକପ୍ । ଚଳିତ ଥର ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ବିଶ୍ୱକପ ଜିତିବ । ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ମଧ୍ୟରୁ ଅନ୍ୟତମ । ଦକ୍ଷିଣ ଆଫ୍ରିକା ଏକ ଭଲ ଟିମ୍ । ସେମାନଙ୍କ ବିପକ୍ଷରେ ଭାରତ ସିରିଜ୍ ଜିତିବାକୁ ପ୍ରୟାସ କରିବ । ତାଙ୍କୁ ସୁଯୋଗ ମିଳିଲେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।
ଭେଙ୍କଟେଶ ଆହୁରି କହିଛନ୍ତି ଯେ, ଅଲରାଉଣ୍ଡର ଖେଳାଳି ଦଳ ପାଇଁ ଭଲ । ସବୁ ଖେଳାଳି ଭାରତ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି । ଦେଶ ପାଇଁ ଖେଳିବା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି ସେ କହିଛନ୍ତି ।