ଖେଳ ଦେଶ ବିଦେଶ

ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦, ସମ୍ମାନ ରକ୍ଷା ପାଇଁ ଲଢେଇ କରିବ ଭ୍ରମଣକାରୀ ଟିମ୍‌

ଇନ୍ଦୋର ୦୪।୧୦ : ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ । ଭାରତ ୨-୦ରେ ସିରିଜ ଜିତିଥିଲେ ସୁଦ୍ଧା ଆଜିର ମ୍ୟାଚକୁ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିଜର ସମ୍ମାନ ରକ୍ଷା କରିବା ପାଇଁ ମ୍ୟାଚ ଖେଳିବ ।

ତେବେ ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌କୁ ଦମ୍‌ଦାର ପ୍ରଦର୍ଶନ ଜରିଆରେ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ । ପରେ ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା ହାଇସ୍କୋରିଂ ଗେମ୍‌ । କିନ୍ତୁ ଶେଷରେ ଭାରତ ୧୬ ରନ୍ ରେ ମ୍ୟାଚ ଜିତି ସିରିଜକୁ ଆଗୁଆ କବ୍‌ଜା କରିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କେବେ ବି ଘରୋଇ ମାଟିରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିନଥିଲା। ଏବେ ଭାରତୀୟ ଦଳର ନଜର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଉପରେ ରହିଛି। ଏହିକ୍ରମରେ ବୁଧବାର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ ଇଣ୍ଡିଆ। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଏକ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଏଥର ବଡ଼ ଆଶା ରହିଛି। କିନ୍ତୁ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜୋରଦାର ଝଟ୍‌କା । ଆହତ ଜନିତ ସମସ୍ୟା ଲାଗି ଟିମ୍‌ର ଦ୍ରୁତ ବୋଲର ଜଶ୍‌ପ୍ରୀତ୍‌ ବୁମ୍‌ରାହ ବାଦ୍‌ ପଡିଛନ୍ତି । ତାଙ୍କ ବଦଳରେ ମହମ୍ମଦ ସିରାଜ ଏବଂ ମହମ୍ମଦ ସାମି ଅଷ୍ଟ୍ରେଲିଆ ଯିବେ ।

ତେବେ ୨୦୦୭ରେ ଖେଳାଯାଇଥିବା ପ୍ରଥମ ବିଶ୍ୱକପ୍‌ ଟ୍ରଫିକୁ ହାତେଇଥିଲେ ଟିମ୍‌ ଇଣ୍ଡିଆ । ଏହାପରଠାରୁ ଆଉ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିନାହିଁ । ଦୀର୍ଘ ୧୫ ବର୍ଷ ହେଲା ଟ୍ରଫି ଜିତିବାରେ ସଫଳ ହୋଇନାହିଁ ଟିମ୍‌ ଇଣ୍ଡିଆ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ