ଖେଳ

ଭାରତ ଟ୍ବେଣ୍ଟି-୨୦ରେ ୨, ଦିନିକିଆରେ ୩

ଦୁବାଇ: ସୋମବାର ପ୍ରକାଶିତ ଆଇସିସି ବାର୍ଷିକ ଟି-୨୦ ମାନ୍ୟତାରେ ଭାରତ ଦ୍ବିତୀୟରେ ରହିଥିଲା ବେଳେ ଦିନିକିଆରେ ଗୋଟିଏ ସ୍ଥାନ ଖସି ତୃତୀୟରେ ରହିଛି। ଟି-୨୦ରେ ଭାରତ (୨୭୨) ଆଗରେ ଇଂଲଣ୍ଡ (୨୭୭) ଅଛି। ନ୍ୟୁଜିଲାଣ୍ଡ ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମରୁ ତୃତୀୟରେ ପହଞ୍ଚିଛି। ଏମାନଙ୍କ ପଛକୁ ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି। ଦିନିକିଆ ମାନ୍ୟତାରେ ଇଂଲଣ୍ଡକୁ ହଟାଇ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନ ଦଖଲ କରିଛି। ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ସହ ଏହି ସ୍ଥାନରେ ଥିଲା ବେଳେ ଅଷ୍ଟ୍ରେଲିଆ (୧୧୮) ଦ୍ବିତୀୟ ଏବଂ ଭାରତ ଗୋଟିଏ ସ୍ଥାନ ଖସି ତୃତୀୟ ରହିଛି। ଇଂଲଣ୍ଡ ସମାନ ୧୧୫ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଭାରତ କିଛି ଡିସିମିଲ ପଏଣ୍ଟ୍‌ ପାଇଁ ଏହି ସ୍ଥାନରେ ରହିଛି। ଇଂଲଣ୍ଡ ଚତୁର୍ଥରେ ଏବଂ ଦକ୍ଷିଣ ଆଫ୍ରିକା (୧୦୭), ଶ୍ରୀଲଙ୍କା (୯୭),ବାଂଲାଦେଶ (୯୦), ୱେଷ୍ଟଇଣ୍ଡିଜ୍‌ (୮୨), ଶ୍ରୀଲଙ୍କା (୭୯) ଓ ଆଫଗାନିସ୍ତାନ (୬୨) ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହିଛନ୍ତି। ସୋମବାର ଆଇସିସି ଟି-୨୦ ଓ ଦିନିକିଆ ବାର୍ଷିକ ମାନ୍ୟତା ଘୋଷଣା କରିଛି। ସଂପ୍ରତି ଚାଲିଥିବା ପାକିସ୍ତାନ-ଜିମ୍ବାୱେ ଟେଷ୍ଟ୍‌ ଶୃଙ୍ଖଳା ପରେ ଟେଷ୍ଟ୍‌ ମାନ୍ୟତା ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ