ସିଡନୀ,୧୦/୧୨: ଆସନ୍ତା ୧୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ । ଭାରତୀୟ ଦଳରେ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ଇଶାନ୍ତ ଶର୍ମା । ଇଶାନ୍ତଙ୍କ ଅଭାବ ଦଳ ଭାରତ ଅନୁଭୂତ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ।
ସ୍ମିଥ୍ କହିଛନ୍ତି ଯେ, ଭାରତୀୟ ଦଳରେ ଜସପ୍ରିତ ବୁମରାହ ଓ ମହମ୍ମଦ ସାମିଙ୍କ ଭଳି ଭଲ ଖେଳାଳି ଅଛନ୍ତି । ଇଶାନ୍ତ ଆଘାତଜନିତ କାରଣରୁ ଅଷ୍ଟ୍ରେଲିଆ ଆସିପାରି ନାହାଁନ୍ତି । ବୁମରାହଙ୍କ ସହ ଉମେଶ ଯାଦବ ବୋଲିଂର ମଙ୍ଗ ସମ୍ଭାଳିବେ ।
ସେ ଆହୁରି କହିଛନ୍ତି ଯେ, ଇଶାନ୍ତଙ୍କ ଅନୁପସ୍ଥିତି ଭାରତ ଉପରେ ପ୍ରଭାବ ପକାଇବ । ଟିମ୍ ଇଣ୍ଡିଆ ପାଇଁ କ୍ଷତି ହେବ । ସେ ଜଣେ ଭଲ ବୋଲର । ତାଙ୍କ ବିନା ଭାରତର ବୋଲିଂ ଅଧିକ ଶକ୍ତିଶାଳୀ ହେବ ନାହିଁ । ତେବେ ଭାରତକୁ ପରାସ୍ତ କରିବା ପାଇଁ ତାଙ୍କୁ ଅଧିକ ଭଲ ଖେଳ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି ।
ଇଶାନ୍ତ ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ ୨୩.୮୧ ଆଭରେଜରେ ୧୧ଟି ଓ୍ୱିକେଟ ନେଇଥିଲେ । ଏଥିରେ ଭାରତକୁ ଐତିହାସିକ ବିଜୟ ମିଳିଥିଲା । କିନ୍ତୁ ଚଳିତ ସିରିଜରେ ଇଶାନ୍ତ ଆହତଜନିତ ସମସ୍ୟା ପାଇଁ ଦଳରୁ ବାଦ୍ ପଡିଛନ୍ତି ।