ଖେଳ ଦେଶ ବିଦେଶ

ଭାରତ-ଇଣ୍ଡିଜ ପ୍ରଥମ ଦିନିକିଆ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ

ଅହମ୍ମଦାବାଦ ୦୬/୦୨: ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ରବିବାରଠୁ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଏହି ମୁକାବିଲା ହେଉଛି ଭାରତର ୧୦୦୦ ତମ ଦିନିକିଆ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ଭ୍ରମଣକାରୀ ଦଳ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବ ।

୧୦୦୦ ତମ ମ୍ୟାଚ୍ ଅହମଦାବାଦସ୍ଥିତ ବିଶ୍ବର ବୃହତ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ରୋହିତ ଶର୍ମା ହିଁ ଏହି ମାଇଲଖୁଣ୍ଟ ୧୦୦୦ତମ ଦିନିକିଆ ମ୍ୟାଚର ନେତୃତ୍ବ ନେବେ। ରୋହିତଙ୍କ ନେତୃତ୍ବରେ ଭାରତ ୧୦୦୦ତମ ଦିନିକିଆ ଖେଳିବାକୁ ଯାଉଥିଲା ବେଳେ କୋଭିଡ୍ ସଂକଟ ଯୋଗୁଁ ସେହି ମ୍ୟାଚରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିବନି । ୧୦୦୦ତମ ମ୍ୟାଚର ନେତୃତ୍ବ ରୋହିତଙ୍କ ପାଇଁ ସ୍ମରଣୀୟ ମୁହୁର୍ତ୍ତ ହେବ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ତେବେ ୪ ଖେଳାଳି କରୋନା ପଜିଟିଭ୍ ହେବା ଦଳ ପାଇଁ ଚିନ୍ତା ବଢାଇଛି । ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେଇଥିବା ରୋହିତ ଶର୍ମା ଏହି ସିରିଜ୍ ରେ ଦଳକୁ କିପରି ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ରେ ଭାରତୀୟ ଦଳର ପରାଜୟ ପରେ ଘରୋଇ ସିରିଜ୍ ରେ ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରିବାକୁ ଭାରତୀୟ ଦଳ ନିଶ୍ଚିତ ଭାବେ ଚାହିଁବ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଭାରତୀୟ କ୍ରିକେଟ୍ ପାଇଁ ଏକ ଐତିହାସିକ ଦିନ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ