ନୂଆଦିଲ୍ଲୀ ୦୯।୦୨: ବୁଧବାର ଭାରତ-ଇଣ୍ଡିଜ୍ ଦ୍ବିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ପ୍ରୟାସ କରିବ ।
ଖବର ଅନୁଯାୟୀ, ସିରିଜ୍ର ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମୁକାବିଲାରେ ବିଜୟୀ ହେଲେ ଶୃଙ୍ଖଳାକୁ ୨-୦ରେ କବ୍ଜା କରିବ ଭାରତ। ଯଦି ଇଣ୍ଡିଜ୍ ଆଜିର ମ୍ୟାଚ୍ ଜିତିଯାଏ, ତେବେ ଶୃଙ୍ଖଳା ୧-୧ ସ୍ତରକୁ ଆସିବା ସହ ଶନିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ହେବ।
ମ୍ୟାଚ୍ ଜିତି ଶୃଙ୍ଖଳା ବଞ୍ଚାଇବାକୁ ହେଲେ ଇଣ୍ଡିଜ୍ ବ୍ୟାଟସମ୍ୟାନଙ୍କୁ ଦକ୍ଷତା ପ୍ରଦର୍ଶନ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ୦-୩ରେ ହାରିବା ପରେ ଏହି ସିରିଜ୍ ବିଜୟର ଟାର୍ଗେଟ ରଖି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ଦିନିକିଆ ଖେଳିଥିବା ଏକାଦଶକୁ ୱେଷ୍ଟଇଣ୍ଡିଜ୍ ଆଉ ଏକ ସୁଯୋଗ ଦେଇପାରେ।
ସେହିପରି ଦ୍ୱିତୀୟ ଦିନିକିଆରେ ଇଣ୍ଡିଆ ଟିମ୍ରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି । ଶିଖର ଧାଓ୍ୱନ କରୋନାରେ ସଂକ୍ରମିତ ହୋଇଥିବାରୁ ଇଷାନ କିଶନ ଓ ରୋହିତ ଶର୍ମା ଓପନିଂ ପାଇଁ ଓହ୍ଲାଇ ପାରନ୍ତି । ସେହିପରି ବୋଲିଂ ବିଭାଗରେ ଦଳ ସେତେଟା ପରିବର୍ତ୍ତନ କରିନପାରେ ।