ଖେଳ ଦେଶ ବିଦେଶ

ଭାରତ-ଇଣ୍ଡିଜ୍ ଟି୨୦ ସିରିଜ୍ : ପ୍ରଥମ ମ୍ୟାଚରେ ଦର୍ଶକଙ୍କୁ ମନା

କୋଲକାତା, ୧୫/୦୨: ଇଡେନ୍‌ ଗାର୍ଡେନ୍ସରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଏହି ସିରିଜ ପାଇଁ ପଶ୍ଚିମବଙ୍ଗ ସରକାର ୭୫ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ବିସିସିଆଇ କରୋନା ସଂକ୍ରମଣକୁ ନଜରରେ ରଖି ବିନା ଦର୍ଶକରେ ସିରିଜ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି । ବୁଧବାର ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ ।

ବିସିସିଆଇ ନିଷ୍ପତ୍ତି କ୍ରମେ ଏହି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ । କେବଳ ସିଏବି ଅଫିସିଆଲ୍‌, ବିଭିନ୍ନ ୟୁନିଟ୍‌ର ପ୍ରତିନିଧି ଏବଂ ପ୍ରାୟୋଜକଙ୍କ ପ୍ରତିନିଧିମାନେ ମ୍ୟାଚ୍‌ ଦେଖିପାରିବେ । କିନ୍ତୁ ବେଙ୍ଗଲ କିକେଟ୍‌ ବୋର୍ଡ଼ (ସିଏବି) ଶେଷ ଦୁଇଟି ମ୍ୟାଚ୍‌ ପାଇଁ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାକୁ ବିସିସିଆଇକୁ ଅନୁରୋଧ କରିଛି । ଏବେ ସିଏବି ବିସିସିଆଇର ଉତ୍ତରକୁ ଅପେକ୍ଷା କରିଛି । ଦର୍ଶକଙ୍କୁ ଅନୁମତି ମିଳିଲେ ଖୁବଶୀଘ୍ର ଟିକେଟ୍‌ ବିକ୍ରି କରାଯିବ ବୋଲି ସିଏବି ପକ୍ଷରୁ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ