ଖେଳ ଦେଶ ବିଦେଶ

ଭାରତ-ଇଂଲଣ୍ଡ ସୀମିତ ଓଭର ଶୃଙ୍ଖଳା: ଧାୱନ-ରାହୁଲ, ଚହର-ଭୁବନେଶ୍ବର, ଶ୍ରେୟସ୍-ସୂର୍ଯ୍ୟଙ୍କୁ ନେଇ ଦ୍ବନ୍ଦ୍ବ

ଅହମଦାବାଦ: ଭାରତୀୟ କ୍ରିକେଟ୍ ଦଳ ପାଖରେ ଆଉ ବିକଳ୍ପର ଅଭାବ ନାହିଁ। ସେଥିପାଇଁ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ଅଧିନାୟକ ବିରାଟ କୋହଲି ଚୂଡ଼ାନ୍ତ ଦଳ ଚୟନ ‌କରିବା ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କାହାକୁ ଖେଳାଇବେ, କାହାକୁ ନୁହଁ, ସେକଥା ସଂପ୍ରତି ତାଙ୍କ ପାଇଁ ବି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତାଙ୍କ ପାଖରେ ଏବେ ୧୯ ଜଣ ଖେଳାଳି ରହିଛନ୍ତି। ଧଳା ବଲ୍‌ରେ ଶିଖର ଧାୱନ ଓ ରୋହିତ ଶର୍ମା ପାଳି ଆରମ୍ଭ କରୁଥିଲେ ମଧ୍ୟ କେଏଲ୍ ରାହୁଲଙ୍କ ଅଭ୍ୟୁଦୟ ଏହି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାକୁ ଦ୍ବିଗୁଣିତ କରିଛି। ଧାୱନ ନିକଟରେ ବିଜୟ ହଜାରେ ଟ୍ରଫିରେ ୧୫୦ ରନ୍‌ର ପାଳି ଖେଳିଥିଲେ।

ରାହୁଲ ମଧ୍ୟ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତି ନେଇଥି‌ଲେ। କୋହଲି ନିଜେ ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିଲା ବେଳେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଋଷବ ପନ୍ତ ଓ ହାର୍ଦିକ ପାଣ୍ଡ୍ୟା ଖେଳିବେ। ଏଣୁ ଶୀର୍ଷ ଓ ମଧ୍ୟକ୍ରମରେ କେବଳ ଚତୁର୍ଥ ସ୍ଥାନ ହିଁ ମୁକ୍ତ ରହିଛି। ଏହି ସ୍ଥାନ ଲାଗି ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବା ଏକପ୍ରକାର ନିଶ୍ଚିତ। ସେହିଭଳି ଦୀର୍ଘ ବ୍ୟବଧାନ ପରେ ଦଳକୁ ଫେରିଥିବା ଭୁବନେଶ୍ବର କୁମାର ନିଜ ସ୍ଥାନ ପାଇଁ ଶାର୍ଦୁଳ ଠାକୁର ଓ ଦୀପକ ଚହରଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ସ୍ପିନ୍ ଉପଯୋଗୀ ମୋଟେରା ପିଚ୍‌ରେ ଖେଳି ପାରନ୍ତି। ଟି.ନଟରାଜନ ଓ ନଭଦୀପ ସୈନି ପୂର୍ବରୁ ଧଳା ବଲ୍‌ରେ ଭଲ କରିଥିବାରୁ ମାତ୍ରାଧିକ ବିକଳ୍ପ କୋହଲିଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ବି ଚିନ୍ତାରେ ପକାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ