ଖେଳ

ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ୍; ବିୟୁମଣ୍ଟ ଓ ନାଇଟ୍‌ଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ୨୬୯/୬

ବ୍ରିଷ୍ଟଲ: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ଟେଷ୍ଟ୍ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଛି। ବୁଧବାରଠାରୁ ଏଠାରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଆରମ୍ଭ ହୋଇଥିଲା ବେଳେ ଭାରତର ୫ ଜଣ ଖେଳାଳି ପଦାର୍ପଣ କରିଛନ୍ତି। ଏହି ପ୍ରତୀକ୍ଷିତ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ସତ୍ତ୍ବେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଘରୋଇ ଦଳ ୯୨ ଓଭର ଖେଳି ୬ ୱିକେଟ୍ ବିନିମୟରେ ୨୬୯ ରନ୍ କରିନେଇଛି।

ଅଧିନାୟିକା ହିଥର ନାଇଟ୍ (୯୫) ଶତକରୁ ବଞ୍ଚିତ ରହିଥିଲା ବେଳେ ଲରେନ୍ ୱିନଫିଲ୍ଡ ହିଲ ୩୫, ଟାମି ବିୟୁମଣ୍ଟ ୬୬, ନାତାଲି ସ୍କିଭର ୪୨, ଆମି ଜୋନ୍‌ସ (୧) ଓ ଜର୍ଜିଆ ଏଲ୍‌ୱିସ୍‌ (୫) ରନ୍ କରି ପାଭିଲିୟନ୍‌ ଫେରିଯାଇଛନ୍ତି। ସୋଫିଆ ଡଙ୍କ୍‌ଲେ (୧୨*) ଓ କାଥେରିନ୍‌ ବ୍ରଣ୍ଟ୍‌ (୭*) କ୍ରିଜ୍‌ରେ ଅଛନ୍ତି। ହିଲ୍‌ଙ୍କୁ ପଦାର୍ପଣକାରୀ ପୂଜା ବସ୍ତ୍ରକାର ଆଉଟ୍‌ କରିଥିଲା ବେଳେ ସ୍ନେହା ରାଣା ୩ଟି ୱିକେଟ୍‌ (ବିଉମଣ୍ଟ, ଜୋନ୍‌ସ ଓ ଏଲ୍‌ୱିସ୍‌) ୩ ୱିକେଟ୍‌ ଦଖଲ କରିଥିଲେ। ତେବେ ଦୀପ୍ତି ଶର୍ମାଙ୍କୁ ଦୁଇଟି ୱିକେଟ୍ ମିଳିଛି। ସେ ସ୍ମିଭର ଓ ନାଇଟ୍‌ଙ୍କୁ ଆଉଟ୍‌ କରି ଭାରତକୁ ପ୍ରତ୍ୟାବର୍ତନ କରାଇଥିଲେ। ଉଭୟ ନାଇଟ୍‌ ଓ ସ୍କିଭର ତୃତୀୟ ୱିକେଟ୍‌ରେ ୯୦ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ପୂର୍ବରୁ ଏହି ପ୍ରତୀକ୍ଷିତ ମ୍ୟାଚ୍ ଏକ ପୁରୁଣା ପିଚ୍‌ରେ ଖେଳାଯିବା ନେଇ ଇଂଲଣ୍ଡ ଖେଳାଳିମାନେ ତୀବ୍ର ଅସନ୍ତୋଷ ଜାହିର କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ