ଅପରାଧ ଦେଶ ବିଦେଶ

ଭାରତ ଆଫଗାନିସ୍ତାନକୁ ଯୋଗାଉଥିବା ସହାୟତାକୁ ଲୁଟ୍ କରୁଛି ପାକିସ୍ତାନ : ରିପୋର୍ଟରେ ଆସିଲା ସାଙ୍ଘାତିକ ତଥ୍ୟ

ନୂଆଦିଲ୍ଲୀ,୦୯/୦୬: ଆଫଗାନିସ୍ତାନକୁ ସାହାଯ୍ୟ ଯୋଗାଉଛି ଭାରତ । କିନ୍ତୁ ବାଟମାରଣା କରିନେଉଛି ପାକିସ୍ତାନ । ଆଫଗାନିସ୍ତାନକୁ ପଠାଯାଉଥିବା ସାହାଯ୍ୟକୁ ଲୁଟୁଛି ପାକିସ୍ତାନ । ଆଫଗାନିସ୍ତାନରେ ପହଁଚିବା ପରେ ଗହମ ଭର୍ତ୍ତି ଟ୍ରକ୍ ପୁଣି ପାକିସ୍ତାନରେ ପହଁଚୁଛି । ଏକ ରିପୋର୍ଟରେ ଏନେଇ ସୂଚନା ମିଳିଛି ।

ଖାମା ପ୍ରେସ୍ ରିପୋର୍ଟ ଅନୁସାରେ, ମେ ୩୧ରେ ତାଲିବାନର ସୁରକ୍ଷା ଅଧିକାରୀ ହେଲମଣ୍ଡ ପ୍ରାନ୍ତରେ ବେଆଇନ ଭାବେ ପାକିସ୍ତାନ ଯାଉଥିବା ୫୦ ଗହମ ଭର୍ତ୍ତି ଟ୍ରକକୁ ଅଟକାଇଥିଲା । ଏସବୁକୁ ପାକିସ୍ତାନ ଚାଲାଣ କରାଯାଉଥିଲା । ହେରାତ ଓ କାନ୍ଦାହାର ରାସ୍ତାରେ ମଧ୍ୟ ଆଉ କିଛି ଟ୍ରକ୍ ଜବତ ହୋଇଥିଲା ।

ଭାରତ ଗତ ସପ୍ତାହରେ ଆଫଗାନିସ୍ତାନକୁ ପଠାଇଥିବା ସାହାଯ୍ୟ ଓ ସହଯୋଗର ଯାଞ୍ଚ ପାଇଁ ଏକ ଟିମକୁ କାବୁଲ ପଠାଇଥିଲା । ସେମାନେ ତାଲିବାନର ଅଧିକାରୀଙ୍କ ସହ ଦିଲ୍ଲୀରୁ ପଠାଯାଇଥିବା ସାହାଯ୍ୟ ବାବଦରେ ଆଲୋଚନା କରିଥିଲେ । ତାଲିବାନ ସରକାର ଗଠନ ପରେ ଏହା ଭାରତୀୟ ଅଧିକାରୀଙ୍କ ପ୍ରଥମ ଗସ୍ତ ଥିଲା । ଆଫଗାନିସ୍ତାନର ସମସ୍ତ ବର୍ଗ ଭାରତର ସହଯୋଗକୁ ସ୍ୱାଗତ କରିଥିଲେ । କୁହାଯାଉଛି ଯେ, ଭାରତ ମଧ୍ୟ ପାକିସ୍ତାନ ସାହାଯ୍ୟ ସହଯୋଗ ଲୁଟ୍ କରୁଥିବା ନେଇ ସୂଚନା ପାଇଥିଲା । ତେଣୁ ଏହି ଟିମ୍ ତାଲିବାନ ଅଧିକାରୀଙ୍କ ସହ କଥା ହେବାକୁ କାବୁଲ ଯାଇଥିଲେ ।

ଇରାନ ଦେଇ ଆଫଗାନିସ୍ତାନରେ ପହଁଚିବ ସହାୟତା

ଭାରତ ଏବେ ପାକିସ୍ତାନ ବଦଳରେ ଇରାନର ଚାବହାର ବନ୍ଦ ଦେଇ ସହାୟତା ପଠାଇବା ନେଇ ତାଲିବାନଠୁ ସହମତି ମାଗିଛି । ଅନ୍ୟ ସହାୟତା ମୁମ୍ବାଇ, କାଣ୍ଡଲା ଆଦି ବନ୍ଦର ଦେଇ ପଠାଯିବ । ପରେ ଏହାକୁ ହେରାତ ରାସ୍ତାରେ ସ୍ଥଳପଥରେ କାବୁଲ ପଠାଯିବ । ଫଳରେ ସମୟ ବଞ୍ଚିବା ସହ ଲୁଟ ମଧ୍ୟ ବନ୍ଦ ହେବ ବୋଲି କୁହାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ