ଖେଳ ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିବା ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି କରୁଛି ସିଏ, ଆଡିଲେଡରେ କରୋନା ସଂକ୍ରମଣ ବଢୁଥିବାରୁ କ୍ରିକେଟ ଅଷ୍ଟ୍ରେଲିଆର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ ୧୭/୧୧ : ଆଡିଲେଡରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଛି । ତେବେ ଭାରତ-ଅଷ୍ଟେ୍ରଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବା କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଛି । ଏହାରି ଭିତରେ କ୍ରିକେଟର ଅଷ୍ଟେ୍ରଲିଆ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି । କରୋନା ମହାମାରୀ ଚାଲିଥିଲେ ସୁଦ୍ଧା ଭାରତ ଏବଂ ଅଷ୍ଟେ୍ରଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡିଲେଡରେ ହିଁ ଖେଳାଯିବ ବୋଲି କ୍ରିକେଟ ଅଷ୍ଟେ୍ରଲିଆ ସ୍ପଷ୍ଟ କରିଛି । ଏହି ମ୍ୟାଚ ଦିବା-ରାତ୍ର ହେବା ନେଇ ସୂଚନା ଦେଇଛି ସିଏ । ଏକ ରିପୋର୍ଟ ଅନୂଯାୟୀ ଆଡିଲେଡରେ ଅଚାନକ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ହେବା ନେଇ ଯେଉଁ ଆଶଙ୍କା​ ଦେଖାଯାଇଥିଲ ତାହାକୁ‌ ଦୂର କରିଛି କ୍ରିକେଟ ଅଷ୍ଟେ୍ରଲିଆ । ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଐତିହାସିକ ପ୍ରଥମ ଦିବା-ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଥିବା ସିଏ କହିଛି ।

ସୂଚନା ଅନୁସାରେ ଆଡିଲେଡରେ କରୋନା ସଂକ୍ରମଣ ବଢୁଥିବାରୁ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ହଟ ସ୍ପଟ୍ ଘୋଷଣା କରାଯାଇଛି । କେବଳ ସୋମବାର ଦିନ ଆଡିଲେଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ରୁ ବଢି ୧୮ରେ ପହଞ୍ଚିଛି । ଆଡିଲେଡରେ ଖେଳାଯାଇଥିବା ମାର୍ଶ ସେଫିଲ୍ଡ୍ ସିଲ୍ଡ୍ ମ୍ୟାଚରେ ଭାଗ ନେଇଥିବା ଓ୍ବେଷ୍ଟର୍ଣ୍ଣ ଅଷ୍ଟେ୍ରଲିଆର କିଛି ଖେଳାଳୀ ମାନଙ୍କୁ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହାର ମାନେ ହେଉଛି ଅଷ୍ଟେ୍ରଲିଆର ଟେଷ୍ଟ ଅଧିନାୟକ ପେନ ଏବଂ ଓ୍ବିକେଟକିପର ମ୍ୟାଥ୍ୟୁ ଓ୍ବେଡଙ୍କୁ ଏବଂ ଆଉ କିଛି ଖେଳାଳୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ଭାରତୀୟ ଟିମ ବର୍ତ୍ତମାନ ଅଷ୍ଟେ୍ରଲିଆରେ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନରେ ରହିଛି । ୨୭ ନଭେମ୍ବରରେ ହେବାକୁ ଥିବା ଦିନିକିଆ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସମସ୍ତଙ୍କ କ୍ବାରେଣ୍ଟାଇନ୍ ପିରିୟଡ ଶେଷ ହେବ । ଏହାରି ମଧ୍ୟରେ ଭଲ ଖବର ହେଉଛି ନ୍ୟୁ ସାଉଥ ଓ୍ବେଲ୍ସ ଏବଂ ବିକ୍ଟୋରିଆ ନିଜ ନିଜ ରାଜ୍ୟର ସୀମା ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିକ୍ଟୋରିଆ ରାଜ୍ୟରେ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବାରୁ ମ୍ୟାଚକୁ ନେଇ ସେଭଳି କୌଣସି ଅସୁବିଧା ହେବନି ସ୍ପଷ୍ଟ କରାଯାଇଛି । ଏହାର ମାନେ ହେଉଛି ଆଡିଲେଡ୍ ଟେଷ୍ଟ ଶେଷ ହେବା ପରେ ଖେଳାଳୀ ମାନେ ବିକ୍ଟୋରିଆର ମେଲବର୍ଣ୍ଣ ହେବାକୁ ଥିବା ମ୍ୟାଚ ପାଇଁ ଯାତ୍ରା କରିପାରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ