ଖେଳ ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ : ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ ୨୩୩/୬, ଚମକିଲେ କୋହଲି, ନିରାଶ କଲେ ପୃଥ୍ବୀ

ଆଡିଲେଡ୍ ୧୭/୧୨ : ପିଙ୍କ୍ ବଲରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ମ୍ୟାଚ୍ ଜାରି ରହିଛି । ପ୍ରଥମ ଦିନ ଉଭୟ ଟିମ ପ୍ରାୟତଃ ସମାନ ପ୍ରଦର୍ଶନ କରିଛନ୍ତି । ଧିମା ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ୨୩୩/୬ ରନ କରିଛି । କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଏକ ସମ୍ମାନଜନତ ସ୍ଥିତିରେ ପହଞ୍ଚିଛି ଭାରତ ।

ଅଧିନାୟକ ବିରାଟ କୋହଲି (୭୪ରନ୍) ଅର୍ଦ୍ଧ ଶତକୀୟ ଇଂନିସ୍ ଖେଳିଛନ୍ତି । କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ୮୮ ରନର ପାର୍ଟନରସିପ୍‌ ହୋଇଛି । ଏହା ବାଦ ଚେତେଶ୍ବର ପୂଜାରାଙ୍କ ଉପଯୋଗୀ ୪୩ ରନ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି । ସେହିପରି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ୪୨ ରନ କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ୍ ମାର୍ସ ୨ଟି ଓ୍ବିକେଟ୍ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୋଶ୍‌ ହେଜେଲଉଡ, ପ୍ୟାଟ୍ କମିନସ୍ ଏବଂ ନାଥାନ ଲାୟନ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।

ଆଡିଲେଡରେ ଖେଳାଯାଉଥିବା ଦିବା-ରାତ୍ର ମ୍ୟାଚରେ ଧିମା ଆରମ୍ଭ କରିଥିଲା ଭାରତ । ବଡ ସ୍କୋର କରିପାରିନଥିଲେ ମଧ୍ୟ ଏକ ସମ୍ମାନଜନକ ସ୍ଥିତିରେ ଅଛି ଭାରତ । ରିଦ୍ଧିମାନ ଶାହା ୯ ଏବଂ ରବିଚନ୍ଧ୍ରନ୍ ଅଶ୍ବିନ ୧୫ ରନ କରି ନଟ୍ଆଉଟ ଅଛନ୍ତି । ଅଧିନାୟକ ବିରାଟ କୋହଲି ୧୨୩ ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟର ୨୩ତମ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ପ୍ରଥମ ପାଳିରେ ଯୁବ ଓପନର ପୃଥ୍ବୀ ସ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଓପନର ମୟଙ୍କ ଅଗ୍ରଓ୍ବାଲ ୧୭ରନ ରକିବାକୁ ସକ୍ଷମ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ