ଖେଳ ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ : ଶେଷ ମ୍ୟାଚ୍‌ରେ ଟସ୍ ଜିତି ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି , ଟି-ନଟରାଜନଙ୍କ ଡେବ୍ୟୁ

କାନବେରା ୦୨।୧୨: ଆଜି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜ୍ର ଶେଷ ଦିନିକିଆ ମ୍ୟାଚ୍ । ସିରିଜର ଶେଷ ମ୍ୟାଚରେ ଟସ୍ ଜିତିଲା ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ। ଆଉ କିଛି ସମୟ ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ସିରିଜ କବ୍ଜା କରିସାରିଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତ ପାଇଁ ସମ୍ମାନ ବଞ୍ଚାଇବାକୁ ଶେଷ ସୁଯୋଗ ରହିଛି । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ବିଜୟ ସହ ମନୋବଳ ବୃଦ୍ଧି କରିବାକୁ ଭାରତୀୟ ଦଳ ଯୋଜନା କରୁଛି ।
ଟିମ୍ ଇଣ୍ଡିଆ ଗୋଟିଏ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ମହମ୍ମଦ ଶାମିଙ୍କ ସ୍ଥାନରେ ଯୁବ ବାମହାତୀ ପେସ୍ ବୋଲର ଟି-ନଟରାଜନ ଆଜି ଦିନିକିଆରେ ଡେବ୍ୟୁ କରୁଛନ୍ତି। ସେହିପରି ଯୁବ ବ୍ୟାଟସମ୍ୟାନ୍ ଶୁଭମନ୍ ଗିଲ୍, କୁଲଦୀପ ଯାଦବ ଓ ସର୍ଦ୍ଦୁଲ ଠାକୁର ଆଜିର ମ୍ୟାଚ୍ ଖେଳୁଛନ୍ତି।
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ, ମାର୍ନୁସ ଲାବୁସେନ, ଷ୍ଟିଭ୍ ସ୍ମିଥ, ଗ୍ଲେନ୍ ମାକ୍ସଓ୍ବେଲ, ମୋଇସ୍ ହେନେରିକ୍ସ, ଆଲେକ୍ସ କ୍ୟାରୀ, କ୍ୟାମେରନ୍ ଗ୍ରିନ୍, ଆଷ୍ଟନ୍ ଅଗର, ସିନ୍ ଆବର୍ଟ, ଆଦାମ ଜାମ୍ପା, ଜୋଶ ହଜେଲଉଡ
ଟିମ୍ ଇଣ୍ଡିଆ: ଶିଖର ଧାଓ୍ବନ, ଶୁଭମନ୍ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡିଆ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ୍ ବୁମରା, ଟି-ନଟରାଜନ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ