ଦେଶ ବିଦେଶ ମନୋରଞ୍ଜନ

ଭାରତୀ ସିଂହଙ୍କୁ ଗଞ୍ଜେଇ ସପ୍ଲାଇ କରୁଥିବା ଡ୍ରଗ୍ସ ପେଡଲର୍ସ ଗିରଫ : ଡେଲିଭରି ବୟ ହୋଇ ଚଲାଇଥିଲା ନିଶା ବ୍ୟବସାୟ

ମୁମ୍ବାଇ ୨୭/୧୧: ଲୋକପ୍ରିୟ କମେଡ଼ି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ନିକଟରେ ଏନସିବି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା। ଭାରତୀ ସିଂହ ପଚରାଉଚରାରେ ମାନିଥିଲେ ଯେ ସେ ଏବଂ ତାଙ୍କ ସ୍ବାମୀ ହର୍ଷ ଗଞ୍ଜେଇ ନିଅନ୍ତି। ଏହା ପରେ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଜାମିନ ମିଳି ସାରିଛି।

ଏବେ ଏନସିବି ଆଉ ଜଣେ ଡ୍ରଗ୍ ପେଡଲର୍ସଙ୍କୁ ଗିରଫ କରିଛି ଯିଏ ଭାରତୀ ସହ ଅନ୍ୟମାନଙ୍କୁ ମଧ୍ୟ ଡ୍ରଗ୍ସ ସପ୍ଲାଇ କରୁଥିଲା। ମୁମ୍ବାଇରେ ବୁଧବାର ରାତିରେ ସୁନୀଲ ଗବାଇ ନାମକ ଡ୍ରଗ୍ ପେଡଲର୍ସକୁ ଧରିଛି। ତା ନିକଟରୁ ୧କିଲୋରୁ ଅଧିକ ଡ୍ରଗ୍ସ ଜବତ କରିଛି ପୋଲିସ୍। ପଚରାଉଚରାରେ ଡ୍ରଗ୍ ପେଡଲର୍ସ କହିଛି ଯେ ସେ ଡେଲିଭରି ବୟ ହୋଇ ସମସ୍ତ ଗ୍ରାହକଙ୍କୁ ଡ୍ରଗ୍ସ ସପ୍ଲାଇ କରୁଥିଲା।

ସୁନୀଲ୍ ନାମକ ଡ୍ରଗ୍ସ ପେଡଲର୍ସ ଆଗକୁ କହିଛି ଯେ ସେ ପୋଲିସଠୁ ବର୍ତ୍ତିବା ପାଇଁ ସବୁ ଥର ଫୁଡ ଡେଲିଭରି ବୟ ହୋଇ ଯାଉଥିଲା। ସେ ଭାରତୀ ସିଂହଙ୍କୁ ମଧ୍ୟ ଡ୍ରଗ୍ସ ସପ୍ଲାଇ କରୁଥିଲା। ତାର ନେଟଓ୍ବାର୍କ ଦକ୍ଷିଣ ପଶ୍ଚିମ ମୁମ୍ବାଇରେ ଅଧିକ ସକ୍ରିୟ ଥିଲା ଏବଂ ତାର ଅଧିକାଂଶ ଗ୍ରାହକ ମଧ୍ୟ ସେହି ଅଞ୍ଚଳର ଥିଲେ।

ଏନସିବି ଟିମ୍ ଭାରତୀ ସିଂହଙ୍କୁ ନଭେମ୍ବର ୨୧ତାରିଖରେ ଗିରଫ କରିଥିଲା। ତାଙ୍କ ସ୍ବାମୀ ହର୍ଷ ଲିମ୍ବାଜିଆଙ୍କୁ ମଧ୍ୟ ପର ଦିନ ୨୨ତାରିଖରେ ଗିରଫ କରାଯାଇଥିଲା। ନଭେମ୍ବର ୨୩ତାରିଖରେ କୋର୍ଟ ଜରିଆରେ ଉଭୟଙ୍କୁ ଜାମିନ ମିଳିଯାଇଥିଲା। ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ