ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ମାର୍ଚ୍ଚ ୨୩ ସୁଦ୍ଧା ପଞ୍ଜୀକରଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଭାରତୀୟ ‌ସେନା ବାହିନୀରେ ଯୋଗଦେବା ପାଇଁ ଦେଶବ୍ୟାପୀ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଜେସିଓ/ଓଆର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ଓ ପରୀକ୍ଷା ପଦ୍ଧତିକୁ ସଂପର୍କରେ କଟକ ଆର୍ମି ରିକ୍ରୁଟମେଣ୍ଟ୍‌ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ‌ଏହାର ଆବେଦନ ପ୍ରକ୍ରିୟା ଅନଲାଇନ୍ ହେବ। ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ନିଜର ଆଧାରକାର୍ଡ ଓ ମାଟ୍ରିକ୍ ସାର୍ଟିଫିକେଟ ଦେଇ ନାମ ପଞ୍ଜିକରଣ କରିବେ। ପ୍ର‌ାର୍ଥୀଙ୍କୁ ଏଥିପାଇଁ ୨୫୦ ଟଙ୍କା ଦେୟ( ଫି) ଦେବାକୁ ହେବ। ଅନଲ‌ାଇନରେ ଫି ଜମା କରିବା ପରେ ରୋଲ ନମ୍ବର ଦିଆଯିବ। ଇମେଲ ଓ ମୋବାଇଲ ନମ୍ବରରେ ଏ ବାବଦରେ ସୂଚନା ଦିଆଯିବ।

ତେବେ ଏହି ପରୀକ୍ଷା ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟ‌ାୟରେ କମନ ଏଣ୍ଟ୍ରାନ୍‌ସ ପରୀକ୍ଷା ଅନୁଷ୍ଠିତ ହେବ। ଅନଲ‌ାଇନରେ ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା କରାଯିବ। ଏଥିରେ ସଫଳ ପ୍ରାର୍ଥୀମାନେ ସେନା ନିଯୁକ୍ତି ରୢାଲିରେ ଯୋଗଦେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ‌ସେମାନଙ୍କର ଫିଜିକାଲ ଟେଷ୍ଟ୍‌ କରାଯିବ। ଏଥିରେ କୃତକାର୍ଯ୍ୟ ହେଲେ ଯୋଗ୍ୟ ପ୍ରାର୍ଥୀଙ୍କ ମେଡିକାଲ ଟେଷ୍ଟ୍‌( ସ୍ବାସ୍ଥ୍ୟ ପରୀକ୍ଷା) କରାଯିବ। ପରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ। ଦେଶର ୧୭୬ଟି ସ୍ଥାନରେ ଏଥିପାଇଁ କମନ ଏଣ୍ଟ୍ରାନ୍‌ସ ଟେଷ୍ଟ୍ କରାଯିବ। ପ୍ରାର୍ଥୀମାନେ ସେଥିରୁ ୫ଟି କେନ୍ଦ୍ର ବାଛିବେ। ପରେ ତାଙ୍କୁ ଏକ ନିର୍ଦିଷ୍ଟ କେନ୍ଦ୍ରରେ ପରୀକ୍ଷା ପାଇଁ ଅନୁମତି ମିଳିବ। କମନ ଏଣ୍ଟ୍ରାନ୍‌ସ ପରୀକ୍ଷା ପାଇଁ ସୂଚନା ପ୍ରଦାନ କରିବା ପାଇଁ କଟକ ଏଆରଓରେ ଏକ ହେଲପ୍ ଡେସ୍କ୍ ଖୋଲାଯାଇଛି। ଏଥିପାଇଁ ୭୯୯୬୧୫୭୨୨୨ରେ ‌ଯୋଗ‌ା‌ଯୋଗ କରିବାକୁ କୁହାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।