ଖେଳ ଦେଶ ବିଦେଶ

ଭାରତୀୟ ମହିଳାଙ୍କ ଚମତ୍କାର ପଦାର୍ପଣ: ଚୀନକୁ ୭-୧ରେ ହରାଇଲେ

ମସ୍କାଟ୍‌ (ଓମାନ): ଏଫଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଭାରତୀୟ ମହିଳା ଦଳ ଐତିହାସିକ ପଦାର୍ପଣ କରିଛି। ନିଜ ପ୍ରଥମ ମ୍ୟାଚ୍‌ରେ ଚୀନକୁ ୭-୧ ଗୋଲରେ ପରାସ୍ତ କରି ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏଥି ସହ ଭାରତ ମଧ୍ୟ ଏଫଆଇଏଚ୍‌ ମହିଳା ବିଶ୍ବକପ୍‌ ହକି ଲାଗି ଯୋଗ୍ୟତା ଅର୍ଜନ କରିଛି। ଗତ ସପ୍ତାହରେ ଚୀନକୁ ହରାଇ ଭାରତ ଏସିଆ କପ୍‌ର କାଂସ୍ୟ ପଦକ ଜିତିବା ପରେ ଏହି ଦେଶ ବିପକ୍ଷରେ ଲଗାତାର ବିଜୟ ହାସଲ କରିଛି। ପ୍ରୋ ଲିଗ୍‌ର ପରବର୍ତୀ ମ୍ୟାଚ୍‌ରେ ଭାରତ ମଙ୍ଗଳବାର ସେହି ଚୀନ ସହ ଖେଳିବା ପରେ ସ୍ବଦେଶ ଫେରି ‌ଫେବ୍ରୁଆରିରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍‌ସ ଓ ସ୍ପେନ୍ ବିପକ୍ଷରେ ୨ ଲେଖାଏଁ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ୪ଟି ଫେବ୍ରୁଆରି ୧୯ ଓ ୨୦ (ବନାମ ‌ନେଦରଲାଣ୍ଡ୍ସ) ଏବଂ ୨୬ ଓ ୨୭ (ବନାମ‌ ସ୍ପେନ୍‌)ରେ ଖେଳାଯିବ।

ଏସିଆ କପ୍‌ କାଂସ୍ୟ ବିଜୟ ପରେ ଆତ୍ମବିଶ୍ବାସରେ ଥିବା ଭାରତୀୟ ଦଳ ସୋମବାର ଚୀନ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟରରେ ୨ ଗୋଲ୍‌ ଦେଇ ଆଗୁଆ ହୋଇଯିବା ପରେ ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ବିତିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଚତୁର୍ଥ ତଥା ଶେଷ କ୍ବାର୍ଟରରେ କିନ୍ତୁ ଭାରତୀୟ ଖେଳାଳି ଗୋଲ୍ ବର୍ଷା କରି ୪ଟି ସ୍କୋର୍ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଏହି ୪ଟି ଗୋଲ୍ ମାତ୍ର ୫ ମିନିଟ୍ ଭିତରେ ସ୍କୋର୍‌ ହୋଇଥିଲା। ଭାରତ ମୋଟ ୪ଟି ଫିଲ୍ଡଡ ଗୋଲ୍ ଦେଇଥିବା ବେଳେ ୩ଟି ପେନାଲ୍ଟି ଷ୍ଟ୍ରୋକ୍‌ରୁ ସ୍କୋର୍ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ପୁଖରାମ୍ବମ ସୁଶୀଳା ଚାନୁ ଦେବୀ (୪୭ ଓ ୫୨ ମିନିଟ୍‌) ସର୍ବାଧିକ ୨ ଗୋଲ୍‌ ଦେଇଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପଞ୍ଚମ ମିନିଟରେ ନଭନୀତ କୌର୍ ପ୍ରଥମ ଗୋଲ୍ ଦେବା ପରେ ଭାରତ ପାଇଁ ଅନ୍ୟ ଗୋଲଗୁଡିକ ନେହା (୧୨ ମିନିଟ୍‌), ବନ୍ଦନା କାଟାରିଆ (୪୦ ମିନିଟ୍), ଶର୍ମିଳା ଦେବୀ (୪୮ ମିନିଟ୍‌) ଓ ଗୁରଜିତ୍‌ କୌର୍‌ (୫୦ ମିନିଟ୍‌) ସ୍କୋର୍‌ କରିଥିଲେ। ଚୀନ ପାଇଁ ଏକମାତ୍ର ଗୋଲ୍‌ ଜଙ୍ଗ ମେଙ୍ଗ୍‌ ଲିଙ୍ଗ୍‌ ୪୩ତମ ମିନିଟରେ ଦେଇଥିଲେ। ଅଧିନାୟିକା ସବିତା ଏକାଧିକ‌ ଗୋଲ୍ ବଞ୍ଚାଇ ଭାରତର ବଡ଼ ବ୍ୟବଧାନରେ ପ୍ରମୁଖ ଯୋଗଦାନ ରଖିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ