କଳା ଓ ସଂସ୍କୃତି ଦେଶ ବିଦେଶ

ଭାରତୀୟ ନୌସେନାରେ ସାମିଲ ହେଲା ପ୍ରଥମ ‘ପି୧୫ବି ଗାଇଡେଡ୍‌-କ୍ଷେପଣାସ୍ତ୍ର ବିଧ୍ୱଂସୀ’ ଯୁଦ୍ଧପୋତ

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ନୌସେନାରେ ପ୍ରଥମ କରି ‘ପି୧୫ବି ଷ୍ଟିଲ୍‌ଥ୍‌ ଗାଇଡେଡ୍‌-ମିସାଇଲ୍‌ ଡେଷ୍ଟ୍ରୟର୍‌’ (ଯୁଦ୍ଧପୋତ) ସାମିଲ କରାଯାଇଥିବା କଥା ଶନିବାର ଦିନ ଏକ ସରକାରୀ ବିବୃତିରେ କୁହାଯାଇଛି। ଉପରୋକ୍ତ ଯୁଦ୍ଧପୋତଟି ‘ମାଜଗାଓଁ ଡକ୍‌ ଲିମିଟେଡ୍‌’ ରେ (ଏମ୍‌ଡିଏଲ୍‌) ନିର୍ମିତ ହୋଇଥିଲା।

ବିଶାଖାପଟନମ୍‌ ଶ୍ରେଣୀୟ ଜାହାଜ ଭାବେ ସୁପରିଚିତ ୪ଟି ‘ପି୧୫ବି’ ଯୁଦ୍ଧପୋତ ନିର୍ମାଣ ପାଇଁ ଜାନୁଆରି ୨୦୧୧ରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା।
ନୌସେନାର ନିଜସ୍ୱ ଡିଜାଇନ୍‌ ସଂସ୍ଥାନ ‘ଡାଇରେକ୍ଟୋରେଟ୍‌ ଅଫ୍‌ ନେଭାଲ୍‌ ଡିଜାଇନ୍‌’ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଯୁଦ୍ଧପୋତ ମୁମ୍ବାଇର ମାଜଗାଓଁ ଡକ୍‌ ସିପ୍‌ବିଲଡର୍‌ର୍ସ ଲିମିଟେଡ୍‌ରେ ନିର୍ମିତ। ଏହି ୪ଟି ଯୁଦ୍ଧପୋତ ଦେଶର ଚାରି ପ୍ରାନ୍ତରେ ଥିବା ୪ଟି ପ୍ରମୁଖ ନଗରୀ ବିଶାଖାପାଟଣା, ମୋର୍ଗୁଗାଓ, ଇମ୍ଫାଲ୍‌ ଏବଂ ସୁରତ ନାମରେ ନାମିତ।

୨୦୧୩ ଅକ୍ଟୋବରରେ ‘ବିଶାଖାପାଟଣା’ ଯୁଦ୍ଧପୋତର ଚଟାଣ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପରେ ୨୦୧୫ ଏପ୍ରିଲ୍‌ରେ ଏହି ଜାହାଜର ଶୁଭାରମ୍ଭ ହୋଇଥିଲା। ୧୬୩ ମିଟର୍‌ ଲମ୍ବ ଏହି ଯୁଦ୍ଧପୋତ ୭,୪୦୦ ଟନ୍‌ ଓଜନ ବହନ କରି ପ୍ରାୟ ୫୫ କିଲୋମିଟର୍‌ ବେଗରେ ଗତି କରିପାରିବ। ଏଥିରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ମଧ୍ୟମ ରେଞ୍ଜ୍‌ର କ୍ଷେପଣାସ୍ତ୍ର, ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର, ସ୍ୱଦେଶୀ ‘ଟର୍ପେଡୋ ଟ୍ୟୁବ୍‌ ଲଞ୍ଚର୍‌’, ବୁଡ଼ାଜାହାଜ ବିଧ୍ୱଂସୀ ସ୍ୱଦେଶୀ ‘ରକେଟ୍‌ ଲଞ୍ଚର୍‌’ ଏବଂ ୭୬ଏମ୍‌ଏମ୍‌ ‘ସୁପର୍‌ ରାପିଡ୍‌ ଗନ୍‌ ମାଉଣ୍ଟ୍‌’ ଭଳି ଅସ୍ତ୍ରଶସ୍ତ୍ର ଏଥିରେ ରହିବାର ବ୍ୟବସ୍ଥା ଅଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,