ଦେଶ ବିଦେଶ

ଭାରତୀୟ ଜନସଂଖ୍ୟାର ୧୦,୦୦୦ ଜିନୋମ୍‌ର ଅନୁକ୍ରମ କରାଯାଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଡାଟାବେସ୍‌ ପ୍ରସ୍ତୁତି ନିମନ୍ତେ ୧୦,୦୦୦ ଭିନ୍ନ ଭିନ୍ନ ଭାରତୀୟ ଜନସମ୍ପ୍ରଦାୟର ଜିନୋମ୍‌ ବା ‘ଡିଏନ୍‌ଏ’ର ଅନୁକ୍ରମ କରାଯାଇଥିବା କଥା ମଙ୍ଗଳବାର ଦିନ ବୈଜ୍ଞାନିକମାନ‌େ ଘୋଷଣା କରିଛନ୍ତି।

ଏହା ସାହାଯ୍ୟରେ ଗୁଣୁସୂତ୍ର ବା ଜିନ୍‌ଭିତ୍ତିକ ରୋଗ ଚିକିତ୍ସା କରାଯାଇ ପାରିବ।

ବିଜ୍ଞାନ ପାଇଁ ଏହା ଭାରତରେ ସ୍ମରଣୀୟ ବେଳା ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।

ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି, ଜିନୋମ୍‌ ଅଧ୍ୟୟନ ବା ଅନୁକ୍ରମଣ ସମଗ୍ର ବିଶ୍ବରେ ଭବିଷ୍ୟତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ନିର୍ଦ୍ଧାରଣ କରିବ।

ଭାରତର ୯୯ ଜନସମ୍ପ୍ରଦାୟର ୧୦,୦୦୦ ସୁସ୍ଥ ବ୍ୟକ୍ତିଙ୍କର ସମଗ୍ର ଜିନୋମ୍‌ର ସିକ୍ବେନ୍‌ସ୍‌ ବା ଅନୁକ୍ରମଣ କରିଥିବାରୁ ଶ୍ରୀ ସିଂହ ବାୟୋଟେକ୍ନୋଲୋଜି ବିଭାଗକୁ ପ୍ରଶଂସା କରିଥିଲେ।

ସେ କହିଲେ, ଭାରତରେ ଥିବା ୧୩୦ କୋଟି ଜନତାଙ୍କ ମଧ୍ୟରେ ୪,୬୦୦ ସମ୍ପ୍ରଦାୟରୁ ଅଧିକ ଜନତା ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସମ୍ପ୍ରଦାୟ।

ଫରିଦାବାଦସ୍ଥିତ ରିଜିଓନାଲ୍‌ ସେଣ୍ଟର୍‌ ଫର୍‌ ବାୟୋଟେକ୍ନୋଲୋଜିରେ କେନ୍ଦ୍ର ସରକାରଙ୍କଦ୍ବାରା ସଂସ୍ଥାପିତ ଇଣ୍ଡିଆନ୍‌ ବାୟୋଲୋଜିକାଲ୍‌ ଡାଟା ସେଣ୍ଟର୍‌ରେ ଏହି ଜିନୋମ୍‌ ଡାଟା ଗଚ୍ଛିତ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଇଂଲଣ୍ଡ୍‌, ଚୀନ୍‌ ଓ ଆମେରିକା ପ୍ରଭୃତି ଦେଶ ସେମାନଙ୍କ ଜନସମ୍ପଦାୟର ଅନ୍ୟୂନ ୧,୦୦,୦୦୦ ଜିନୋମ୍‌ ଅନୁକ୍ରମ କରିବା କାର୍ଯ୍ୟକ୍ରମ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ