ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାରତର ୩ ପଡ଼ୋଶୀ ରାଷ୍ଟ୍ର ବିଶ୍ବର କ୍ଷୁଧା ହଟ୍‌ସ୍ପଟ୍‌

ରୋମ: ଭାରତର ୩ଟି ପଡ଼ୋଶୀ ଦେଶ ବିଶ୍ବର କ୍ଷୁଧା ହଟସ୍ପଟ୍‌ ଦେଶ ମଧ୍ୟରେ ରହିଛନ୍ତି। ସେମାନେ ହେଲେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ମ୍ୟାନମାର। ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରୁ ଏଭଳି ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆସିଛି।

ଜାତିସଂଘର ଉପରୋକ୍ତ ଦୁଇଟି ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବିଶ୍ବର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଥିବା ଖାଦ୍ୟଭାବଜନିତ ‌ସମସ୍ୟାକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ଯୁଦ୍ଧ ଯୋଗୁ ସୁଦାନରେ ଏବଂ ଲୋକ ଓ ସାମଗ୍ରୀର ଯାତାୟାତ ଉପରେ କଟକଣା ଯୋଗୁ ହାଇତି, ବୁର୍କିନା ଫାସୋ ଏବଂ ମାଲିରେ ଦେଖାଦେଇଥିବା ସମସ୍ୟା ସେସବୁ ଦେଶରେ ଖାଦ୍ୟ ଅଭାବଜନିତ ପରିସ୍ଥିତିକୁ ଜଟିଳ କରିଛି। ଏହି ୪ଟି ଦେଶ ସହିତ ଆଫଗାନିସ୍ତାନ, ନାଇଜେରିଆ, ସୋମାଲିଆ, ଦକ୍ଷିଣ ସୁଦାନ ଏବଂ ୟେମେନରେ ବସବାସ କରୁଥିବା ଲୋକମାନେ ସର୍ବାଧିକ ସ୍ତରର କ୍ଷୁଧା ହଟସ୍ପଟ୍‌ରେ ଅଛନ୍ତି କିମ୍ବା ରହିବାକୁ ଯାଉଛନ୍ତି। ଏସବୁ ଦେଶଗୁଡ଼ିକ ପାଇଁ କ୍ଷୁଧା ଦୃଷ୍ଟିରୁ ସର୍ବାଧିକ ଚିନ୍ତାବ୍ୟକ୍ତ କରାଯାଇଛି। ଏହା ବାଦ୍‌ ୨୨ଟି ଦେଶକୁ ଉତ୍କଟ ଖାଦ୍ୟ ଅସୁରକ୍ଷା ରାଷ୍ଟ୍ର ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପାକିସ୍ତାନ, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, ଇଥିଓପିଆ, କେନିୟା, କଙ୍ଗୋ, ସିରିଆନ୍ ଆରବ୍ ରିପବ୍ଲିକ ଏବଂ ମ୍ୟାନମାର ରହିଥିବା ରିପୋର୍ଟରେ କୁହାଯାଇଛି। କ୍ଷୁଧା ଦୃଷ୍ଟିରୁ ଏମାନଙ୍କୁ ଅତି ଉଦ୍‌ବେଜନକ ବର୍ଗର ଦେଶଭାବେ ରଖାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।