ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଭାରତର ବିଜୟରେ ଝୁମିଲେ ସେଲିବ୍ରିଟି, କହିଲେ-ଜଣେ କିଙ୍ଗ..କୋହଲି

ମୁମ୍ଵାଇ ୨୪।୧୦: ଟି -୨୦ ୱାର୍ଲଡ କପ୍‌ ୨୦୨୨ରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। ଭାରତ ପାକିସ୍ତାନକୁ ୪ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି ଏହି ମ୍ୟାଚରେ ଧୁଆଁଧାର ପ୍ରଦର୍ଶନ କରିଥିଲେ। ତାଙ୍କ ସହ ସାଥ୍‌ ଦେଇଥିଲେ ହାର୍ଦ୍ଧିକ। ବିଜୟ ପରେ ବିରାଟଙ୍କ ଆଖିରୁ ଲୁହ ଆସିଯାଇଥିଲା। ଏହାକୁ ଦେଖି ଅନୁଷ୍କା ଶର୍ମା ତାଙ୍କ ପାଇଁ ଏକ ଲମ୍ବା ନୋଟ୍ ସେୟାର କରିଥିଲେ। ଯେଉଁଥିରେ ଅନେକ ସେଲିବ୍ରିଟିମାନେ ତାଙ୍କୁ କମେଣ୍ଟ ବକ୍ସରେ ଅଭିନନ୍ଦନ ଜଣାଇଛନ୍ତି । କରିସ୍ମା କପୁର, ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପତ୍ନୀ ତାହିରା କାଶ୍ୟପ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍, ବାଣୀ କପୁର, କ୍ୟାଟ୍ରିନା କୈଫ, ବିଦ୍ୟା ବାଲାନ୍, କରଣ ୱାହି, ଆର ମାଧବନ୍, ମୌନି ରୟ, ସୁନୀଲ ଶେଟ୍ଟୀ ଏବଂ ଜିତେନ୍ଦ୍ର କୁମାର ସମେତ ଅନେକ କମେଣ୍ଟ କରି ଅଭିନନ୍ଦନ ଜଣାଇଛନ୍ତି।

ଟିଭିରେ ମ୍ୟାଚ୍ ଦେଖିବାବେଳେ ବିକି କୌଶଲ ଏହି ଭିଡିଓ ପୋଷ୍ଟ କରିଥିଲେ। ଏବଂ ଏହା ସହିତ ଲେଖିଥିଲେ, ‘ ରାଜା ତ କେବଳ କୋହଲି। ଦିୱାଲୀରେ ଉପହାର ପାଇଁ ଧନ୍ୟବାଦ ।
କାର୍ତ୍ତିକ ଆର୍ଯ୍ୟନ ଭିଡିଓ ସେୟାର କରି କହିଛନ୍ତି, ‘କେବଳ ଜଣେ ରାଜା ସେ ହେଉଛନ୍ତି ବିରାଟ କୋହଲି । ଆଶ୍ଚର୍ଯ୍ୟଜନକ ମ୍ୟାଚ୍ । ଭାରତ ବହୁତ ଭଲ
ଖେଳିଲା। ଶୁଭ ଦୀପାବଳି ‘।
ସାହିଦ କପୁର ମଧ୍ୟ ଲେଖିଛନ୍ତି, ‘କୋହଲି ତୁମେ ସ୍ୱତନ୍ତ୍ର। ଆଜି ପାଇଁ ବହୁତ ବହୁତ ଧନ୍ୟବାଦ। ‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ