ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାରତର ଦୁଇ ସହର ବିଶ୍ବର ସବୁଠୁ ଶସ୍ତା, ଖର୍ଚ୍ଚ କମ୍ ସହିତ ରହିବା ପାଇଁ ଉପଯୋଗୀ

ନୂଆଦିଲ୍ଳୀ ୨୦/୧୧: ଭଲ ବାତାବରଣ ସାଙ୍ଗକୁ ସ୍ବଚ୍ଛ ପରିବେଶରେ ରହିବାକୁ ଲୋକେ ପସନ୍ଦ କରନ୍ତି। କିନ୍ତୁ ଏଭଳି ସହରରେ ଘର କରି ରହିବାକୁ ହେଲେ ବଜେଟ୍‌ ବି ଦେଖିବା ଦରକାର। ତେବେ ଭାରତରେ ଏମିତି କିଛି ସହର ଅଛି ଯାହାକି ଶାସ୍ତା ଓ ସୁନ୍ଦର। ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍ -୨୦୨୦ ବିଶ୍ବରେ କଷ୍ଟ ଅଫ୍‌ ଲିଭିଂ ଆଧାରରେ ମୋଟ ୧୩୦ ସହରର ରାଙ୍କିଙ୍ଗ ଜାରି କରିଛି। ଦୁନିଆର ସବୁଠୁ ଶସ୍ତା ସହର ମଧ୍ୟରେ ଭାରତର ଦୁଇଟି ସହର ସ୍ଥାନ ପାଇଛି।

ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍ -୨୦୨୦ ଦ୍ବାରା ଜାରି କରାଯାଇଥିବା ସୂଚୀରେ ସବୁଠୁ ଧନୀ ସହର ମଧ୍ୟ ସାମିଲ୍‌ ରହିଛି। ଧନୀ ସହର ଲିଷ୍ଟରେ ହଙ୍କ କଙ୍ଗ, ପ୍ୟାରିସ୍‌ ଭଳି ସହର ସ୍ଥାନ ପାଇଥିବା ବେଳେ ସବୁଠୁ ଶସ୍ତା​‌ ସହର ମଧ୍ୟରେ ଭାରତର ବେଙ୍ଗାଲୁରୁ ଓ ଚେନ୍ନାଇ ସ୍ଥାନ ପାଇଛି।

ଏହି ସର୍ଭେରୁ ମିଳିଥିବା ରିପୋର୍ଟ ଅନୁସାରେ ଦୁନିଆର ସବୁଠୁ ଶସ୍ତା ସହର ଲିଷ୍ଟରେ ପ୍ରଥମେ ଏସିଆର ଦମିସ୍କ ଓ ଦ୍ବିତୀୟରେ ତାଶକଂଦ ସ୍ଥାନ ପାଇଛି। ଏହା ସହ ସୂଚୀରେ ଭାରତ ବେଙ୍ଗାଲୁରୁ ଓ ଚେନ୍ନାଇ ମିଳିତ ଭାବେ ନବମ ସ୍ଥାନରେ ରହିଛି। କିନ୍ତୁ ପୂର୍ବ ରାଙ୍କିଙ୍ଗରେ ଚେନ୍ନାଇ ଅଷ୍ଟମ ଓ ବେଙ୍ଗାଲୁରୁ ନବମ ସ୍ଥାନ ପାଇଥିଲା।

ବର୍ଷକରେ ଥରେ ଏହି ସର୍ଭେ ହେଉଥିବା ବେଳେ କରୋନା ମହାମାରୀ ପାଇଁ ଏହି ସର୍ଭେ ଦୁଇ ଥର ହୋଇଛି। ଏହାର ମୂଳ ଆଧାର ହେଉଛି କଷ୍ଟ ଅଫ ଲିଭିଂ। ଏଥର ୧୩୦ ସହରର ଲିଷ୍ଟ ବାହାର କରିଛି ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍।

ଏହି ସର୍ଭେରେ ଗୋଟିଏ ସହରରେ ହେଉଥିବା ଖାଇବା ପିଇବା ଖର୍ଚ୍ଚ, ଘରଭଡ଼ା, ଅଫିସ୍‌ ଯିବା ଆସିବାକୁ ଲାଗୁଥିବା ଖର୍ଚ୍ଚ, ବିଜୁଳି-ପାଣି ବିଲ୍‌ ସାମିଲ୍‌ କରାଯାଏ। ଏହାସହ ସହରର ଟ୍ରାନ୍ସପୋର୍ଟ, ବଜାରରେ କାରବାରକୁ ମଧ୍ୟ ହିସାବକୁ ନିଆଯାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ