କଳା ଓ ସଂସ୍କୃତି ଧର୍ମ

ଭାରତର ଏହି ରାଜ୍ୟରେ ଭୀମଙ୍କ ପତ୍ନୀ ହିଡ଼ିମ୍ବାଙ୍କ ବଂଶଧର ଏବେ ବି ଅଛନ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର…

ମହାଭାରତ ସଂପର୍କିତ କିଛି କଥା ଆପଣ ନିଶ୍ଚିତ ଜାଣିଥିବେ। ପାଣ୍ଡବମାନେ କିଏ? କୌରବମାନେ କିଏ ? ମହାଭାରତ ଯୁଦ୍ଧରେ କିଏ ବିଜୟ ହାସଲ କରିଥିଲେ ? ଏହିଭଳି ଅନେକ କଥା ଆପଣ ଜାଣିଥିବେ ।ହେଲେ ମହାଭାରତର ସବୁଠୁ ମହାବଳି ଓ ଶକ୍ତିଶାଳୀ ଭୀମଙ୍କ ରାକ୍ଷାସୀ ପତ୍ନୀ ହିଡ଼ିମ୍ବାଙ୍କ ବଂଶଧର ଏବେ ଅଛନ୍ତି ଏକଥା ଜାଣିନଥିବେ। ଆସନ୍ତୁ ଜାଣିବା ହିଡ଼ିମ୍ବା ରାକ୍ଷାସୀଙ୍କ ରହୁଥିବା ରାଜ୍ୟ ସଂପର୍କରେ
ହିଡ଼ିମ୍ବା ରାକ୍ଷାସୀଙ୍କ ବଂଶଧର ରହୁଥିବା ସ୍ଥାନର ନାଁ ନାଗାଲାଣ୍ଡ।ପୂର୍ବରୁ ଏହି ସ୍ଥାନର ନାଁ ନାଗା ହିଲ୍ସ ବା ତୁଏନସାଙ୍ଗଳ ବୋଲି କୁହାଯାଉଥିଲା।୧୯୬୧ ମସିହାରେ ଏହି ସ୍ଥାନର ନାଁ ପରିବର୍ତ୍ତନ କରାଯାଇ ନାଗାଲାଣ୍ଡ ରଖାଯାଇଥିଲା।ପ୍ରଥମରୁ ହିଁ ନାଗାଲାଣ୍ଡ କେନ୍ଦ୍ର ଶାସିତ ଅଞ୍ଚଳ ଥିଲା।୧୯୬୩ ଡ଼ିସେମ୍ବର ୧ ତାରିଖରେ ଏହାକୁ ଦେଶର ୧୬ତମ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଥିଲା।
ଭାରତର ନାଗାଲାଣ୍ଡ ଏମିତି ଏକ ରାଜ୍ୟ ଯେଉଁଠି ଏକମାତ୍ର ରେଳ ଷ୍ଟେସନ ଓ ଗୋଟିଏ ଏୟାର ପୋର୍ଟ ରହିଛି। ଦିମାପୁର ନାଗାଲାଣ୍ଡର ସବୁଠାରୁ ବଡ ସହର । ଏହି ଦିମାପୁରକୁ ନାଗାଲାଣ୍ଡର ପ୍ରବେଶ ଦ୍ବାରା ବୋଲି ମଧ୍ୟ କୁହାଯାଏ।ଏହି ରାଜ୍ୟର ଉତ୍ତର ଦିଗରେ ଅରୁଣାଚଳ ପ୍ରଦେଶ, ପଶ୍ଚିମ ଦିଗରେ ଆସାମ ଓ ଦକ୍ଷିଣ ଦିଗରେ ମଣିପୁର ରାଜ୍ୟ ରହିଛି।ଏଥିସହ ନାଗାଲାଣ୍ଡର ପୂର୍ବଦିଗରେ ମିଆଁମାର ଦେଶ ରହିଛି।ନାଗାଲାଣ୍ଡର ପ୍ରମୁଖ ଭାଷା ଇଂରାଜୀ । ଇଂରାଜୀ ଭାଷାକୁ ଛାଡିଦେଲେ ଏହି ରାଜ୍ୟରେ ହିନ୍ଦୀ ଭାଷା ବି ପ୍ରଚଳିତ ହୋଇଥାଏ। ଏଥିସହ ଏଠାରେ ୧୬ଟି ଆଦିବାସୀ ଭାଷାରେ ମଧ୍ୟ ଲୋକେ କଥାବାର୍ତ୍ତା ହୋଇଥାନ୍ତି।
ଦିମାପୁରରେ ମହାଭାରତର ଐତିହାସିକ ପ୍ରତିଛବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ଆଜି ବି ଏହି ସ୍ଥାନରେ ହିଡ଼ିମ୍ବାଙ୍କ ଘର ରହିଛି। ଯେଉଁଠି ପଶାପାଲି ଖେଳର ଉଚ୍ଚା ଉଚ୍ଚା ଗୋଟି ପଡି ରହିଛି।ଏହମଧ୍ୟରୁ କିଛି ମଧ୍ୟ ଭାଙ୍ଗିଗଲାଣି ।କୁହାଯାଏ ଏହି ଗୋଟିରେ ଭୀମ ଓ ତାଙ୍କ ପୁଅ ଘଟୋତ୍କଚ ସହ ମିଶି ପଶାପାଲି ଖେଳୁଥିଲେ। ବନବାସ ସମୟରେ ପାଣ୍ଡବମାନେ ଏହି ସ୍ଥାନରେ ବହୁ ସମୟ କାଟିଥିଲେ।
ଦିମାପୁରକୁ ହିଡ଼ିମ୍ବାପୁର ନାଁରେ ମଧ୍ୟ ଲୋକେ ଜାଣନ୍ତି।ମହାଭାରତ ସମୟରେ ଏହି ସ୍ଥାନରେ ହିଡ଼ିମ୍ବା ରାକ୍ଷସ ଓ ତାଙ୍କ ଭଉଣୀ ରହୁଥିଲେ। ସେହି ସମୟରେ ହିଡ଼ିମ୍ବା ରାକ୍ଷସୀ ଭାମଙ୍କୁ ବିବାହ କରିଥିଲେ ।ମହାଭାରତ ଯୁଦ୍ଧ ବେଳେ ସହାୟତା କରିବା ପାଇଁ ଘଟୋତ୍କଚ ଭୀମଙ୍କ ନିକଟରେ ପହଞ୍ଚିଥିଲେ । ଘଟୋତ୍କଚ ଏମିତି ବଳଶାଳୀ ଥିଲେ ଯେ, ସମଗ୍ର ମହାଭାରତ ଯୁଦ୍ଧକୁ ଗୋଟିଏ ଦିନରେ ସାରିବାର କ୍ଷମତା ତାଙ୍କର ଥିଲା । ହେଲେ ଶ୍ରୀକୃଷ୍ଣଙ୍କ ଚକ୍ରାନ୍ତ ଯୋଗୁଁ ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କ ଦ୍ବାରା ସେ ବଧ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ